ଟ୍ରାକ୍ଟର ଓଲଟି ଦମ୍ପତି ମୃତ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବିଲରୁ ଧାନ କାଟି ଟ୍ରାକ୍ଟରରେ ରଖୁଥିବା ବେଳେ ଟ୍ରାକ୍ଟର ଓଲଟି ପଡିବାରୁ ସ୍ୱାମୀ-ସ୍ତ୍ରୀଙ୍କର ଜୀବନ ଚାଲିଯାଇଛି । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଖଇରଖମନ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଧାନ ବିଲରେ ଟ୍ରାକ୍ଟର ଓଲଟି ଦମ୍ପତି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।ଯେଉଁ ବିଲକୁ ପୁଞ୍ଜି କରି ଜୀବନ ଜିଉଁଥିଲେ, ସେହି କ୍ଷେତରେ ହିଁ ଶେଷରେ ଜୀବନ ଚାଲିଯାଇଛି ।

ସକାଳେ ଧାନ ଆଣିବାକୁ ଟ୍ରାକ୍ଟର ନେଇ ବିଲକୁ ଯାଇଥିଲେ ସ୍ୱାମୀ, ସ୍ତ୍ରୀ । ଟ୍ରାକ୍ଟରରେ ଧାନ ରଖି ଚଢ଼ୁଥିବା ବେଳେ ଦୁର୍ଭାଗ୍ୟବଶତଃ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଧାନ ବିଲରେ ହିଁ ଟ୍ରାକ୍ଟରରେ ଚାପି ହୋଇ ପ୍ରାଣ ହରାଇଛନ୍ତି ସ୍ୱାମୀ, ସ୍ତ୍ରୀ । ସୂଚନା ପାଇ ସୁନ୍ଦରଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

Leave A Reply

Your email address will not be published.