ଋଷ-ୟୁକ୍ରେନ ଉତେଜନାକୁ ନେଇ ଭର୍ଚୁଆଲରେ ଆଲୋଚନା କରିବେ ବାଇଡେନ-ଭ୍ଳାଦିମିର

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷିଆ ମଧ୍ୟରେ ସଂଘଟିତ ଉତେଜନାକୁ ପ୍ରଶମିତ କରିବା ପାଇଁ ଜୋ ବାଇଡେନ ଅଂଟା ଭିଡିଛନ୍ତି । ଆମେରିକା ଗୁଇନ୍ଦା ବିଭାଗର ତଥ୍ୟ ଅନୁସାରେ ଆସନ୍ତା ଜାନୁଆରୀ ମାସରେ ୟୁକ୍‌ରେନ ଉପରେ ଆକ୍ରମଣ କରିପାରେ ଋଷ । ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଉଜେଜନାକୁ ନେଇ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଆଲୋଚନା କରିବାକୁ ଯାଉଛନ୍ତି । ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଭର୍ଚୁଆଲରେ ଆଲୋଚନା କରିବେ । ଏନେଇ ସ୍ପଷ୍ଟ କରିଛନ୍ତି ଋଷ ରାଷ୍ଟ୍ରପତି ଭବନର ମୁଖପାତ୍ର ଦିମିତ୍ରୀ ପେସକେଭ ।

ଋଷ-ୟୁକ୍ରେନ ବର୍ଡରରେ ଲଗାତର ଜାରି ରହିଛି ଉତେଜନା । ଋଷ ଲଗାତର ଭାବରେ ୟୁକ୍ରେନ ସୀମାରେ ଅଧିକ ସଂଖ୍ୟକ ସେନା ଠୁଳ କରୁଛି ।

ୟୁକ୍ରେନକୁ ନାଟୋ ମିଲିଟ୍ରୀ ଅଲାୟନ୍ସରେ ସାମିଲ ନ କରିବା ପାଇଁ ଋଷ ଲଗାତର ଭାବରେ ଆମେରିକା ଉପରେ ଚାପ ସୃଷ୍ଟି କରୁଛି । କିନ୍ତୁ ନାଟୋ ମହାସଚିବ ଜେନ୍ସ୍‌ ଷ୍ଟୋଲ୍‌ଟେନବର୍ଗ ସିଧାସଳଖ ଭାବରେ କହିଛନ୍ତି କି ଏହି ଆଲୟନ୍ସରେ କାହାକୁ ସାମିଲ କରାଯିବ, କାହାକୁ କରାଯିବ ନାହିଁ ସେଥିରେ ଋଷର କିଛି ଭୂମିକା ନାହିଁ । ତେବେ ଏପରି ସ୍ଥିତିରେ ଆମେରିକା ଗୁଇନ୍ଦା ସୂଚନା ଦେଇଛି କି ଋଷ ୟୁକ୍ରେନ ସୀମାରେ ୭୦ ହଜାର ସୈନିକ ଠୁଳ କରିଛି ଋଷ ଏବଂ ଆସନ୍ତା ଜାନୁଆରୀରେ ଆକ୍ରମଣ କରିପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛି ଆମେରିକା ଗୁଇନ୍ଦା ବିଭାଗ ।

ତେବେ ଏପରି ସ୍ଥିତିରେ ବାଇଡେନ ଓ ପୁଟିନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏହି ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ବିବାଦ ସମାଧାନର ସୂତ୍ର ବାହାରିବ ବୋଲି ମଧ୍ୟ ଆଶା କରାଯାଉଛି ।

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକସି ରେଜନିକୋଭ୍‌ କହିଛନ୍ତି କି ଆମ ସୀମା ନିକଟରେ ଋଷ ୯୪ ହଜାର ୩୦୦ ସୈନିକ ଠୁଳ କରିଛି ଏବଂ ଜାନୁଆରୀରେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମଧ୍ୟ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.