ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ତାରା ବାହିନୀପତ: ବିଜେଡିର ଆନ୍ଦୋଳନକୁ ସ୍ୱାଗତ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ରନ୍ଧନ ଗ୍ୟାସର ଅହେତୁକ ଦରବୃୃଦ୍ଧିକୁ ନେଇ ରାଜନୀତି ସରଗରମ । ଏପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ଗ୍ୟାସ ଦର ହ୍ରାସକୁ ନେଇ ବିଜେଡି ରଣହୁଙ୍କାର ଦେଇଥିବା ବେଳେ ଆନ୍ଦୋଳନକୁ ସ୍ୱାଗତ କରିଛନ୍ତି ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି । ସେ ଏକ ବିବୃତିରେ କହିଛନ୍ତି ଯେ, ବିଜେଡିର ଆନ୍ଦୋଳନକୁଧନ୍ୟବାଦ । ସେ ମଧ୍ୟ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କେନ୍ଦ୍ର ସରକାର ଉଜ୍ୱଳା ଯୋଜନା କହି ଲୋକଙ୍କୁ ଠକି ଚାଲିଛନ୍ତି । ୨୦୧୪ରେ ଗ୍ୟାସ ସିଲିଣ୍ଡର ଦର ୩୫୦ ଟଙ୍କା ଥିଲା । ଏବେ ଏହା ପାଖାପାଖି ହଜାରେ ଟଙ୍କାରେ ପହଂଚିିଲାଣି । ତେଣୁ କେନ୍ଦ୍ର ବିରୋଧରେ ସ୍ୱର ଉତୋଳନ ହେବା ଦରକାର ଏବଂ ବିଜେଡିର ଏହି ଆନ୍ଦୋଳନ ଉଚିତ ପଦକ୍ଷେପ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗକୁ ଆନ୍ଦୋଳନ କରିବ । ତୁରନ୍ତ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ଉପରେ ସବସିଡି ଦିଅନ୍ତୁ । ମହାମାରୀ କରୋନା ସମୟରେ ଲୋକେ ପ୍ରଭାବିତ ହୋଇଛନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ଗ୍ୟାସ ଦର ହ୍ରାସ କରିବାକୁ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି ।

Leave A Reply

Your email address will not be published.