ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ : ୩-୦ରେ ମ୍ୟାଚ ଜିତି ଭାରତର କ୍ଳିନସୁଇପ୍‌

କୋଲକାତା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ୩ ଟିକିଆ ଟି-୨୦ ସିରିଜ ଶେଷ ହୋଇଛି । ୩ଟି ଯାକ ମ୍ୟାଚରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରି ସିରିଜ ହାତେଇ ନେଇଛି । ରବିବାର ଅନୁଷ୍ଠିତ ସିରିଜର ଶେଷ ଟି-୨୦ ମ୍ୟାଚରେ ଭାରତ ଦଳଗତ ଶ୍ରେଷ୍ଠ ପ୍ରଦର୍ଶନ କରି କ୍ଲିନସୁଇପ କରିଛି । ରବିବାର ସିରିଜର ଶେଷ ମ୍ୟାଚ୍‌ ଥିବାବେଳେ ଭାରତ ୭ ୱିକେଟ ହରାଇ ୧୮୪ ରନ୍‌ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୭.୨ ଓଭରରେ ୧୧୧ ରନ୍‌ କରି ଅଲଆଉଟ ହୋଇଛି ମ୍ୟାଚ ହାରି ଯାଇଥିଲା ।

ଭାରତ ପକ୍ଷରୁ ଅଧିନାୟକ ରୋହିତଙ୍କ ଶର୍ମା ସର୍ବାଧିକ ୫୬ ରନ୍‌ କରିଥିବାବେଳେ ଇଷାନ କିଶାନ ୨୯ ରନ୍‌ କରିଥିଲେ । କୋଲାକାତା ଇଡେନ ଗାର୍ଡେନରେ ପ୍ରଥମେ ଭାରତ ଟସ୍‌ ଜିତିବାସହ ବ୍ୟାଟିଂ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ଓଭରରେ ଭାରତ ୧୮୪ ରନ୍‌ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ ଗୁପଟିଲ ଏକାକି ୫୧ ରନ୍‌ କରିଥିଲେ ମଧ୍ୟ ଟିମ୍‌ ବିପର୍ଯ୍ୟୟର ସାମ୍ନା କରିଥିଲା । ଏହା ଟି-୨୦ ୱାର୍ଲ୍ଡକପର ବଦଲା ବୋଲି ମଧ୍ୟ କୁହାଯାଇପାରେ ।

Leave A Reply

Your email address will not be published.