ନୌସେନାରେ ସାମିଲ୍ ହେଲା INS ବିଶାଖାପାଟ୍ଟଣମ୍

ମୁମ୍ବାଇ: ରବିବାର ଭାରତୀୟ ନୌସେନାର ସାମିଲ୍ ହୋଇଛି INS ବିଶାଖାପାଟ୍ଟଣମ୍ । ଏହା ଦ୍ୱାରା ଇଣ୍ଡୋ-ପେସିଫିକ୍ ଅଞ୍ଚଳରେ ଭାରତର ଶକ୍ତି ବଢ଼ିବ । ଏହି ଜାହାଜର ଲମ୍ବା ୧୬୩ ମିଟର ହୋଇଥିବା ବେଳେ ଓଜନ ୭୪୦୦ ଟନ୍ ଅଟେ । ଏଥିରେ ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ଏମଆରସ୍ୟାମ ମିସାଇଲ୍ ଓ ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରି ପାରୁଥିବା ବ୍ରହ୍ମୋସ୍ ମିସାଇଲ୍ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି ।

INS ବିଶାଖାପାଟ୍ଟଣମ୍ ୭୫ ପ୍ରତିଶତ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ସମୃଦ୍ଧ । ଏହାର ସ୍ପିଡ୍ ୩୦ ନର୍ଟିକାଲ ମାଇଲ୍ସ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ INS ବିଶାଖାପାଟ୍ଟଣମକୁ ନୌସେନାରେ ସାମିଲ୍ କରିଛନ୍ତି ।

Leave A Reply

Your email address will not be published.