ଜୁନିଅର ପୁରୁଷ ହକି ବିଶ୍ୱକପରେ ଖେଳାଳି ମାନଙ୍କ ଜାରି ରହିଛି କୋଭିଡ ଟେଷ୍ଟ: ପ୍ରତି ୭୨ ଘଂଟାରେ ଖେଳାଳି ଓ ଅନ୍ୟମାନଙ୍କ ହେଉଛି ଟେଷ୍ଟ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ମହାମାରୀ କରୋନା କାଳରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍‌ । ସ୍ୱାସ୍ଥ୍ର୍ୟଗତ କାରଣରୁ ଏବଂ ଖେଳାଳିଙ୍କ ନିରାପତାକୁ ନେଇ ନିଆଯାଉଛି ପଦକ୍ଷେପ । ପ୍ରତିଦିନ ନିରବଚ୍ଛିନ୍ନ ଭାବେ ଟେଷ୍ଟିଂ ଓ ଟ୍ରାକିଂ କରାଯାଉଥିବା ସୂଚନା ଦେଇଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ।

ପ୍ରତିଦିନ ହାରାହାରି ୫୦୦ କରୋନା ଟେଷ୍ଟ ଆଇସିଏମ୍‌ଆର୍‌ ଦ୍ୱାରା କରାଯାଉଛି । ପ୍ରତି ୭୨ ଘଂଟାରେ ଖେଳାଳି, ଅଫିସିଆଲ୍ସ, ହୋଟେଲ ଷ୍ଟାଫଙ୍କର କରୋନା ପରୀକ୍ଷା କରାଯାଉଛି । ଟେଷ୍ଟିଂ ଓ ଟ୍ରାକିଂକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ସମସ୍ତ ପଦକ୍ଷେପ ନେଇଛି । ହକିର ମେଗା ଇଭେଂଟରେ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ନଭେମ୍ବର ୮ରୁ ଭାରତୀୟ ଜୁନିଅର ଦଳ ପହଂଚିିବା ଠାରୁ ୧୫ ତାରିଖ ଯାଏଁ ଲଗାତାର ଖେଳାଳି ଓ ଅନ୍ୟମାନଙ୍କ ଟେଷ୍ଟିଂ କରାଯାଇଥିଲା । ଖେଳାଳିଙ୍କୁ କୋଭିଡ୍‌ ପ୍ରୋଟୋକଲ୍‌ ମଧ୍ୟରେ ରଖାଯାଇଛି ।

ଏବେବି ଟେଷ୍ଟିଂ ଜାରି ରହିଛି । ବିଏମସି ଓ କ୍ୟାପିଟାଲ ହସ୍ପିଟାଲର ଟିମ୍‌ ଏଥିରେ ନିୟୋଜିତ ଅଛନ୍ତି । ବିଭିନ୍ନ ହୋଟେଲରେ ଖେଳାଳିମାନେ ରହୁଥିବା ବେଳେ ନମୁନା ସଂଗ୍ରହ ପାଇଁ ୧୨ଟି ଟିମ୍‌ ମୁତୟନ ହୋଇଛନ୍ତି । ଏୟାରପୋର୍ଟରେ ପହଂଚିିବା ପରେ ଖେଳାଳିଙ୍କୁ ହୋଟେଲ ନିଆଯାଉଛି । ସେଠାରେ ସମସ୍ତଙ୍କର ଟେଷ୍ଟ କରାଯାଉଛି । ସମସ୍ତ ଗାଇଡଲାଇନକୁ ଧ୍ୟାନ ଦେଇ ଆରଟିପିସିଆର୍‌ ଟେଷ୍ଟ କରାଯାଉଛି ।

Leave A Reply

Your email address will not be published.