ଦିଲ୍ଲୀରେ ଅଗ୍ନିକାଣ୍ଡ; ୨୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳ ଷ୍ଟ୍ରେସନ ନିକଟ ଏକ କୋଠାରେ ଗତକାଲି ଅପରାହ୍ଣରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗତକାଲି ୨୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଅଗ୍ନିକାଣ୍ଡରେ ମୋଟ୍‌ ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ।

ସୂଚନା ମୁତାବକ ଅପରାହ୍ଣ ପ୍ରାୟ ୪ଟା ୪୫ରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ରାତି ୧୦ଟା ପର୍ଯ୍ୟନ୍ତ ଏହା ନିୟନ୍ତ୍ରଣକୁ ଆସିପାରି ନଥିଲା । ପ୍ରାୟ ୯ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଥିଲେ । ଅଗ୍ନିକାଣ୍ଡରେ ୧୨ ଜଣରୁ ଅଧିକ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବା ପରେ କେତେକ ଲୋକ କୋଠା ତଳକୁ ଡେଇଁ ପଡିଥିବା ଦିଲ୍ଲୀ ଅଗ୍ନିଶମ ବାହିନୀ ଉପମୁଖ୍ୟ ସୁନୀଲ ଚୌଧୁରୀ କହିଛନ୍ତି। ତିନି ମହଲା ବିଶିଷ୍ଟ କୋଠାରେ ବିଭିନ୍ନ କମ୍ପାନୀର କାର୍ଯ୍ୟାଳୟ ଚାଲିଥିଲା। କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଏହା ଚାରିଆଡକୁ ବ୍ୟାପୀ ଯାଇଥିଲା।

Leave A Reply

Your email address will not be published.