ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ଅଧିକ୍ଷକ: ୬ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର :  ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ଅଧିକ୍ଷକ ନିନା ବେଉରା । ଭୁବନେଶ୍ୱର ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢାଉ କରି ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ନିନା ବେଉରା ରାୟଗଡାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟ ଜାତୀୟ ରାଜପଥରେ ରେଡ ହୋଇଛି ।

ରେଡ ବେଳେ ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଫେରାର ହୋଇଯାଇଛନ୍ତି । ଏବେ ନିନା ବେଉରାଙ୍କ ଭୁବନେଶ୍ୱର ପଳାଶୁଣି ଘର ଓ କଟକ ସ୍ଥିତ ଶ୍ୱଶୂର ଘରେ ରେଡ ଚାଲିଛି ।

Leave A Reply

Your email address will not be published.