ନକ୍ସଲ ତାଣ୍ଡବ: ବିହାରରେ ପରିବାରର ୪ ଜଣଙ୍କୁ ଫାଶୀ ଲଗାଇ କଲେ ହତ୍ୟା

ନୂଆଦିଲ୍ଲୀ: ପୁଣି ମାତିଲେ ନକ୍ସଲ । ଏହି ପରିପ୍ରେକ୍ଷୀରେ ବିହାରରେ ସେମାନେ ତାଣ୍ଡବଲୀଳା ରଚିଛନ୍ତି । ସେମାନେ ୪ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରି ଟାଙ୍ଗି ଦେଇଛନ୍ତି । ଏହି ଖବର ଡୁମରିୟା ଅଂଚଳର ମୌନବର ଗାଁରୁ ଆସିଛି । ଏଠି ନକ୍ସଲ୍‌ ମାନେ ୪ ଜଣ ସାଧାରଣ ଲୋକଙ୍କ ହତ୍ୟା କରିଦେଇଛନ୍ତି । ଏହି ଘଟଣା ଶନିବାର ଦିନ ରାତିରେ ଘଟିଛି । ଏହି ମାମଲାର ସୂଚନା ମିଳିବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଂଚିି ସର୍ଚ୍ଚ ଅପରେସନ୍‌ ଜାରି ରଖିବା ସହିତ ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ମୁତାବକ, ନକ୍ସଲମାନେ ମୌନବାର ଗାଁରେ ରହୁଥିବା ସରଜୁ ସିଂହ ଭୋକ୍ତାଙ୍କ ଘର ଉପରେ ବମ୍‌ ପକାଇ ଉଡାଇଦେଇଛନ୍ତି । ଖାଲି ସେତିକି ନୁହେଁ ଏହି ନକ୍ସଲ ମାନେ ସ୍ୱାମୀ-ସ୍ତ୍ରୀ ସମେତ ପୁରା ପରିବାରକୁ ଫାଶୀରେ ଲଟାକାଇ ମାରି ଦେଇଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ରହିଛନ୍ତି ସତେନ୍ଦ୍ର ସିଂହ, ମହେନ୍ଦ୍ର ସିଂ, ମନୋରମା ଦେବୀ ଓ ସୁନୀତା ସିଂ ।

ଏହା ବ୍ୟତୀତ ନକ୍ସଲ ମାନେ ଏପରି କାଣ୍ଡ ଘଟାଇବା ପରେ ପୋଷ୍ଟର୍‌ ଛପାଇଛନ୍ତି । ଆଉ ସେଥିରେ ଲେଖିଛନ୍ତି ଯେ, ଏହି ପରିବାରର ଲୋକମାନେ ଷଡଯନ୍ତ୍ର କରି ଚାରି ଜଣ ନକ୍ସଲଙ୍କୁ ବିଷ ଦେଇ ମାରି ଦେଇଛନ୍ତି । ନକ୍ସଲମାନେ ଲେଖିଛନ୍ତି ଯେ, ଅମରେଶ କୁମାର, ଶିବପୁଜନ କୁମାର ଓ ଉଦୟ କୁମାର(୩ ନକ୍ସଲ)ଙ୍କ ମୃତ୍ୟୁବରଣ ପ୍ରତିଶୋଧ ନିଆଯାଇଛି ।

Leave A Reply

Your email address will not be published.