କ୍ୟାଟ୍ରିନା କୈଫ -ବିକି କୌଶଲଙ୍କ ନିର୍ବନ୍ଧ ଶେଷ

ନୂଆଦିଲ୍ଲୀ: ବିକି କୌଶଲ ଓ ସୁନ୍ଦରୀ କ୍ୟାଟ୍ରିନା କୈଫଙ୍କ ବିବାହ ଖବର କିଛିଦିନ ହେଲା ଜୋର ଧରିଚି । ଶେଷରେ ସେହିଶୁଭ ମୁହୂର୍ତ ପହଂଚିଯାଇଛି । ଏବେ ସୁନ୍ଦରୀ କ୍ୟାଟ୍ରିନା ଏବଂ ବିକି କୌଶଲଙ୍କ ନିର୍ବନ୍ଧ ହୋଇଯାଇଛି । ତେବେ ପୂର୍ବରୁ ନିର୍ବନ୍ଧ ଗୁଜବକୁ ଖଣ୍ଡନ କରିଥିବା କ୍ୟାଟ୍ରିନା ଶେଷରେ ବିକିଙ୍କ ସହ ନିର୍ବନ୍ଧ କରିଛନ୍ତି । ଏ ନିର୍ବନ୍ଧ ଉତ୍ସବ ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିକି ଓ କ୍ୟାଟ୍ରିନାଙ୍କ ପରିବାର ଲୋକ ବି ସାମିଲ ହୋଇଥିଲେ । ବିକି ତାଙ୍କ ବାପା, ମାଆ ଓ ଭାଇ ସନିଙ୍କ ସହ ଆସିଥିବା ବେଳେ କ୍ୟାଟ୍ରିନାଙ୍କୁ ତାଙ୍କ ମା ସୁଜେନ ଓ ଭଉଣୀ ଇସାବେଳଙ୍କ ସହ ଦେଖିବାକୁ ମିଳିଥିଲା ।

ସେହିପରି ଗଣମାଧ୍ୟମ ଓ ଫଟୋଗ୍ରାଫରକୁ ଦୃଷ୍ଟି ଆଢୁଆଳରେ ରଖିବା ପାଇଁ ବିକି ଓ କ୍ୟାଟ୍ରିନା ଅଲଗା ଅଲଗା ଅସି ନିର୍ବନ୍ଧରେ ପହଂଚିିଥିଲେ । ଅବଶ୍ୟ ଦୁହିଁଙ୍କ ନିର୍ବନ୍ଧ ଫଟୋ ଏଯାଏଁ ସାମାଜିକ ଗଣମାଧ୍ୟମରେ ସେୟାର ହୋଇ ନାହିଁ । ସେହିପରି ଏବେ ଦୁହିଁଙ୍କ ବାହାଘରର ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.