RBIର ଗୁରୁତ୍ୱପୁର୍ଣ୍ଣ ଘୋଷଣା ପରେ ୬୦,୦୦୦ ପାର୍ କଲା ସେନସେକ୍ସ, ୧୭,୮୮୦ ଉପରେ ନିଫ୍ଟି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୌଦ୍ରିକ ନୀତି ସମିତିର ବୈଠକରେ ନିଆଯାଇଥିବା ନିଷ୍ପତି ଘୋଷଣା କରାଯିବା ପରେ ଆଜି ସପ୍ତାହର ଶେଷ ବ୍ୟବସାୟିକ ଦିନ ଅର୍ଥାତ୍ ଶୁକ୍ରବାର ଦିନ ସେୟାର ବଜାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସକାଳ ୧୧ ଟା ସମୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୪୭୧.୩୨ ଅଙ୍କ ଅର୍ଥାତ୍ ୦.୭୯ ପ୍ରତିଶତ ବଢ଼ିବା ସହିତ ୬୦୧୪୫.୧୫ ପଏଣ୍ଟରେ ପହଞ୍ଚିଇଛଇ । ସେହିପରି ଅନ୍ୟପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୩୨.୫୫ ଅଙ୍କ(୦.୭୫%) ସହିତ ୧୭୯୨୨.୯୦ ସ୍ତରରେ ରହିଛି ।

ପ୍ରାରମ୍ଭିକ ବାଣିଜ୍ୟରେ ୨୬୦.୮୩ ପଏଣ୍ଟ କିମ୍ବା ୦.୪୪ ପ୍ରତିଶତ ବୃଦ୍ଧି ସହିତ ସେନସେକ୍ସ ୫୯୯୩୮.୬୬ ରେ ଖୋଲିଥିଲା । ଅନ୍ୟ ପଟେ, ନିଫ୍ଟି ୧୭୮୭୫.୯୦ ସ୍ତରରେ ୮୫.୬୦ ପଏଣ୍ଟ (୦.୪୮ ପ୍ରତିଶତ) ଲାଭ ସହିତ ଖୋଲିଛି । ଆଜି କାରବାରରେ ୧୬୨୪ ଟି ସେୟାର ବୃଦ୍ଧି ପାଇଛି, ୩୬୮ ଟି ସେୟାର ହ୍ରାସ ପାଇଛି ଏବଂ ୮୨ ଟି ସେୟାର ଅପରିବର୍ତ୍ତିତ ରହିଛି । ଗତ ସପ୍ତାହରେ ବିଏସଇର ୩୦-ସେୟାରଯୁକ୍ତ ସେନସେକ୍ସ ୧,୨୮୨.୮୯ ପଏଣ୍ଟ ବା ୨.୧୩ ପ୍ରତିଶତ ହ୍ରାସ ପାଇଛି ।

ଆଜି ପ୍ରାରମ୍ଭିକ କାରବାର ସମୟରେ ବିଏସଇ ଉପରେ ଟାଟା ଷ୍ଟିଲ ଏବଂ ଏଲଟିର ସେୟାର୍ ବୃଦ୍ଧି ପାଇଛି । ଏହା ବ୍ୟତୀତ M&M, ମାରୁତି, indusind bank, ଟାଇଟନ୍, ରିଲାଏନ୍ସ, ଟିସିଏସ୍, ଏସବିଆଇ, ଆଇଟିସି, ପାୱର ଗ୍ରୀଡ୍, ବଜାଜ୍ ଫିନାସର୍ସ, ଇନଫୋସିସ୍, ନଷ୍ଟେଲେ ଇଣ୍ଡିଆ, ଏସିଆନ୍ ପେଣ୍ଟ୍, ଆକ୍ସସ୍ ବ୍ୟାଙ୍କ, କୋଟାକ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କର ସେୟାରରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.