ଭାରିଆଣ୍ଟ ବିରୋଧରେ ଶରୀରରେ ତିଆରି ହୋଇପାରୁନି ଆଣ୍ଟିବଡି

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): କୋଭିସିଲଡର ଦୁଇଟି ଯାକ ଡୋଜ ନେଇଥିଲେ ବି ଡେଲଟା ଭାରିଆଣ୍ଟ ବିରୋଧରେ ଶରୀରରେ ତିଆରି ହୋଇପାରୁନି ଆଣ୍ଟିବଡି । କୋଭିସିଲଡ ନେଇଥିବା କିଛି ଲୋକଙ୍କ ନମୁନା ମଧ୍ୟରୁ ପ୍ରାୟ ୧୬ ପ୍ରତିଶତ ଲୋକଙ୍କ ଦେହରେ ଏହି ଆଣ୍ଟିବଡି ଦେଖିବାକୁ ମିଳିନାହିଁ । ନୂଆ ଗବେଷଣାର ତଥ୍ୟ ଅନୁସାରେ, B1.617.2 ଡେଲଟା ଭାରିଆଣ୍ଟର ମୁକାବିଲା କରିବା ଲାଗି ଯେଉଁମାନେ କୋଭିସିଲଡ ନେଇଥିଲେ, ସେମାନଙ୍କ ମଧ୍ୟରୁ 16.1 ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇନାହିଁ । ଏହାସହ 58.1 ପ୍ରତିଶତ ସେରମ ନମୁନାରେ ବି ଏହି ଆଣ୍ଟିବଡିର ସନ୍ଧାନ ମିଳିନାହିଁ ।

ଆଣ୍ଟିବଡି ନେଇ ଆଇସିଏମଆର ଯାହା କହିଥିଲେ ତାହାକୁ ଏହି ତଥ୍ୟ ଆଶଙ୍କା ସୃଷ୍ଟି ହୋଇଛି । ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜର ମାଇକ୍ରୋ ବାୟୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ଡାକ୍ତର ଜ୍ୟାକବ ଜନ କହିଛନ୍ତି, 16.1 ପ୍ରତିଶତ ନମୁନାରୁ ଆଣ୍ଟିବଡି ନମିଳିବା ଅର୍ଥ ଏହା ନୁହେଁ ଯେ, ତାହା ନମୁନାରେ ନାହିଁ । ଅତି କମ୍ ପରିମାଣର ଆଣ୍ଟିବଡି ତିଆରି ହୋଇଥିବାରୁ ତାହା ଚିହ୍ନଟ ହୋଇପାରୁନାହିଁ । ମାତ୍ର ଆଣ୍ଟିବଡି ଲୋକଙ୍କ ଦେହରେ ଥାଇପାରେ ଏବଂ ସେମାନଙ୍କୁ ସୁରକ୍ଷା ଦେଇପାରେ ।

ସେପଟେ କୋଷ ଗୁଡିକୁ ସୁରକ୍ଷା ଦେବା ମଧ୍ୟ ଏକ୍ଷେତ୍ରରେ ସମ୍ଭବ ହୋଇପାରେ । ସେ କହିଛନ୍ତି ଗବେଷଣା ଲାଗି ସ୍ବାସ୍ଥ୍ୟବାନ ଲୋକଙ୍କଠାରୁ ସେରମ ନିଆଯାଇଥାଏ । ବୟସ୍କ, ଦୁଇ ବା ଅଧିକ ରୋଗରେ ପୀଡିତ ଥିବା ବ୍ୟକ୍ତି, କ୍ରୋନିକ ଡିଜିଜରେ ପୀଡିତ ଲୋକଙ୍କ କ୍ଷେତ୍ରରେ ପରିଲକ୍ଷିତ ହୋଇପାରୁ ନଥିବା ଆଣ୍ଟିବଡି ପରିମାଣ କମ୍ ଥାଏ । କାରଣ ସେମାନଙ୍କ ପ୍ରତିରୋଧକ ଶକ୍ତି କମ୍ ଥାଏ । ସେ ଆହୁରି କହିଛନ୍ତି ଯେ, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ଫୁସଫୁସ, କିଡନୀ, କର୍କଟ ରୋଗରେ ପୀଡିତ ରୋଗୀଙ୍କୁ ତୃତୀୟ ଡୋଜ ଦେବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.