ମୁଁ ବଞ୍ଚିଛି…ଏଭଳି କିଛି କହିଲେ ପୁନମ୍

ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ମିଛ । ପୁନମ୍ ବଞ୍ଚିଛନ୍ତି । ଯିଏ ସୋସିଆଲ୍ ମିଡିଆରେ ଆସି ସ୍ପଷ୍ଟ କରିଛନ୍ତି ପୁନମ୍ । ସୂଚନା ଥାଉକି, ପୁନମ୍ ପାଣ୍ଡେଙ୍କ ମ୍ୟାନେଜର ଗତକାଲି ଶୁକ୍ରବାର ବିଭିନ୍ନ ଗଣମାଧ୍ୟମରେ ଆସି ପ୍ରତିକ୍ରିୟା ଦେଇଥିଲେ ଯେ ମଡେଲ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେ ଗୁରୁବାର ରାତିରେ ସର୍ବାଇକଲ୍ କ୍ୟାନ୍ସରରେ ମୃତ୍ୟୁ ବରଣ କରିଛନ୍ତି ବୋଲି । ଏହି ମୃତ୍ୟୁ ଖବର ତାଙ୍କ ପିଆର୍ ଟିମ୍ ଦ୍ୱାରା ତାଙ୍କ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବି ପୋଷ୍ଟ କରାଯାଇଥିଲା ।

ଯାହାପରେ ସାରା ଦେଶ ଏହି ଖବରକୁ ନେଇ ସ୍ତବ୍ଧ ହୋଇଯାଥିଲେ । ତାଙ୍କ ପ୍ରଶଂସକଙ୍କ ସହିତ ବିଭିନ୍ନ ଲୋକ ଶୋକପ୍ରକାଶ ବି କରିଥିଲେ । ତେବେ, ପୁନମ୍ କିନ୍ତୁ ମରିନାହାନ୍ତି ଜୀବନ୍ତ ଅଛନ୍ତି ବୋଲି ଖବର ମିଳିଛି । ସେ ନିଜେ ଏନେଇ ଆଜି ଇନଷ୍ଟାଗ୍ରାମରେ ଘୋଷଣା କରୁଥିବାର ଦୁଇଟି ଭିଡିଓ ପୋଷ୍ଟ କରିଛନ୍ତି ।

ତେବେ ସେ ଭିଡିଓରେ କହିଛନ୍ତି ଯେ ମୁଁ ଜୀବିତ ଅଛି । ମୁଁ ସର୍ବାଇକଲ୍ କ୍ୟାନ୍ସରରେ ମରିନାହିଁ । ଦୁର୍ଭାଗ୍ୟବଶତଃ ସର୍ବାଇକଲ୍ କ୍ୟାନ୍ସର କାରଣରୁ ପ୍ରାଣ ହରାଇଥିବା ଶହ ଶହ ହଜାର ମହିଳାଙ୍କ ବିଷୟରେ ମୁଁ ସମାନ କଥା କହିପାରିବି ନାହିଁ । ଯେଉଁମାନେ ଏହି କ୍ୟାନ୍ସରରେ ପୀଡିତ ହୋଇ ପ୍ରାଣ ହରାଇ ସାରିଲେଣି ।

ସେ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି, “ମୁଁ ଦୁଃଖିତ, ଯେ ମୁଁ ସମସ୍ତଙ୍କ ମନରେ କଷ୍ଟ ଦେଇଛି ଏବଂ ମୁଁ ଯେଉଁମାନଙ୍କୁ ଆଘାତ ଦେଇଛି ସେମାନଙ୍କୁ ମୁଁ କ୍ଷମା ମାଗୁଛି । ମୋର ଉଦ୍ଦେଶ୍ୟ ଏହି ଖବରରେ ସମସ୍ତଙ୍କୁ ଚକିତ କରିବା ଯାହା ବିଷୟରେ ଆମେ ଯଥେଷ୍ଟ କଥାବାର୍ତ୍ତା କରୁନାହୁଁ – ସର୍ବାଇକଲ୍ କ୍ୟାନ୍ସର” । ତେବେ ଏହି ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।

Leave A Reply

Your email address will not be published.