ଚୁମ୍ବନ ଦୃଶ୍ୟ କରି କରି ଚିନ୍ତିତ କାର୍ତ୍ତିକ ଆରିୟନ୍‌

ନୂଆଦିଲ୍ଲୀ: ବଲିଉଡର ଜଣେ ନବାଗତ କଳାକାର ଖୁବ କମ ସମୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ହେଉଛନ୍ତି କାର୍ତ୍ତିକ ଆରିୟନ୍‌ । ସେ ଖୁବ୍‌ କମ୍‌ ସମୟରେ ବଲିଉଡ୍‌ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହୋଇପାରିଛନ୍ତି । ପ୍ୟାର୍‌ କା ପଞ୍ଚନାମା ଫିଲ୍ମରୁ ରାତାରାତି ଷ୍ଟାର୍‌ ହୋଇଥିବା ଏହି ଅଭିନେତା ବଲିଉଡ୍‌ ରେ ଏବେ ରାଜ୍‌ କରୁଛନ୍ତି । ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଛନ୍ତି । ତେବେ କ୍ୟାମେରା ଆଗରେ କିସ୍‌ ସିନ୍‌ କରିବାକୁ ସେ କେବେ ବି କୁଣ୍ଠାପ୍ରକାଶ କରନ୍ତି ନାହିଁ । ହେଲେ ଥରେ ତାଙ୍କୁ କିସିଂ ସିନ୍‌ ପାଇଁ ୩୭ ରିଟେକ୍‌ ଦେବାକୁ ପଡିଥିଲା । ସେ ଏହି ଚୁମ୍ବନ ଦୃଶ୍ୟ କରି କରି ଚିନ୍ତିତ ହୋଇପଡିଥିଲେ ।

ବାସ୍ତବରେ ଫିଲ୍ମ କାଞ୍ଚି: ଅନବ୍ରେକେବଲ୍‌ରେ କାର୍ତ୍ତିକ କାମ କରୁଥିଲେ, ଯାହାର ନିର୍ଦ୍ଦେଶକ ସୁଭାଷ ଘାଇ ଥିଲେ । ଫିଲ୍ମରେ କାର୍ତ୍ତିକଙ୍କୁ ଲିଡ୍‌ ରୋଲରେ ଥିବା ଅଭିନେତ୍ରୀ ମିଷ୍ଟିଙ୍କୁ ଚୁମ୍ବନ ଦୃଶ୍ୟ କରିବାର ଥିଲା, ଯାହା ତାଙ୍କ ପାଇଁ ସହଜ ନଥିଲା । କାରଣ ତାଙ୍କୁ କିସ୍‌ କରିବା ଆସୁନଥିଲା । ଏ ବିଷୟରେ କାର୍ତ୍ତିକ ନିଜେ ଏକ ଇଣ୍ଟରଭିୟୁରେ ଖୁଲାସା କରିଛନ୍ତି ।

Leave A Reply

Your email address will not be published.