ଚୟନ କମିଟିରେ ଅଦଳ ବଦଳ କରିପାରେ ବିସିସିଆଇ, ଏହି ଯୋଗ୍ୟାତା ଥିଲେ କରନ୍ତୁ ଆବେଦେନ

ମ ଇଣ୍ଡିଆକୁ ବାଛୁଥିବା ଚୟନ କମିଟିରେ ଅଦଳ ବଦଳ ହେବାକୁ ଯାଉଛି । ଏଥିପାଇଁ ବିସିସିଆଇ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି । ଚୟନ କମିଟିରେ ମୁଖ୍ୟ ୫ଜଣ ସଦସ୍ୟ ରହିଛନ୍ତି । ପୂର୍ବତନ ଭାରତୀୟ ବୋଲର ଅଜିତ ଅଗରକର ଏହାର ଅଧ୍ୟକ୍ଷ ରହିଛନ୍ତି । ଅନ୍ୟ ୪ ଜଣ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ସଲିଲ ଅଙ୍କୋଲା, ଶିବସୁନ୍ଦର ଦାସ, ଏସ. ଶରଥ ଏବଂ ସବୁତ୍ର ବାନାର୍ଜୀ । ତେବେ ବିସିସିଆଇ ପକ୍ଷରୁ ନିଜର ଓ୍ବେବସାଇଟରେ ବିଜ୍ଞାପନ ପ୍ରକାଶ ପାଇଛି । ଏଥିପାଇଁ ଜଣେ ମାତ୍ର ସଦସ୍ୟ ଆବଶ୍ୟକ । ତେବେ କାହା ସ୍ଥାନରେ ଏହି ବିଜ୍ଞାପନ ପ୍ରକାଶ ପାଇଛି ତାହା ସ୍ପଷ୍ଠ ହୋଇନାହିଁ ।

BCCIର ନିୟମ ଅନୁଯାୟୀ, ଚୟନ କମିଟିରେ ପ୍ରତି ଜୋନରୁ ଜଣେ ଲେଖାଏଁ ସଦସ୍ୟ ରହିବା ଦରକାର । କିନ୍ତୁ ଓ୍ବେଷ୍ଟ ଜୋନରୁ ଦୁଇଜଣ ସଦସ୍ୟ ରହିଛନ୍ତି । ଅଜିତ ଅଗରକର ଏବଂ ସଲିଲ ଅଙ୍କୋଲା ଦୁଇଜଣ ଓ୍ବେଷ୍ଟ ଜୋନରୁ ରହିଥିବାବେଳେ ଅଗରକର ମୁଖ୍ୟ ଚୟନକର୍ତ୍ତା ରହିଥିବାରୁ ତାଙ୍କ ସ୍ଥାନ ସୁରକ୍ଷିତ ରହିଛି । ସଲିଲ ଅଙ୍କୋଲାଙ୍କ ସ୍ଥାନରେ ବିସିସିଆଇ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦେଇପାରେ । ତେବେ ଏହି ପଦ ପାଇଁ ଯେଉଁମାନେ ଆବେଦନ କରିବେ ସେମାନେ ଅତିକମରେ ୭ଟି ଟେଷ୍ଟ, ୩୦ ଫାଷ୍ଟକ୍ଲାସ୍ କିମ୍ବା ୧୦ଟି ଆନ୍ତର୍ଜାତୀୟ ଦିନିକିଆ ଖେଳିଥିବା ଆବଶ୍ୟକ ।

Leave A Reply

Your email address will not be published.