ଖେଲୋ ଇଣ୍ଡିଆ ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂ ଠାକୁର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଖେଲୋ ଇଣ୍ଡିଆ ପଦକ ବିଜେତା ଆଥଲେଟମାନଙ୍କୁ ସରକାରୀ ଚାକିରି ମିଳିବ । ଡିଓପିଟି ଓ କ୍ରୀଡା ବିଭାଗ ସହଯୋଗରେ ଆଥଲେଟମାନଙ୍କ ସମସ୍ତ ସୁବିଧା ପାଇଁ ସରକାରୀ ଚାକିରି ଯୋଗ୍ୟତା ମାନଦଣ୍ଡରେ ସଂଶୋଧନ କରାଯାଇଛି ।

ଏବେ ଖେଲୋ ଇଣ୍ଡିଆ ଗେମ୍ସର ଯୁବ, ବିଶ୍ୱବିଦ୍ୟାଳୟ, ପାରା ଏବଂ ଶୀତକାଳୀନ କ୍ରୀଡାର ପଦକ ବିଜେତା ସରକାରୀ ଚାକିରି ପାଇଁ ଯୋଗ୍ୟ ହେବେ । ଭାରତକୁ ଏକ କ୍ରୀଡା ମହାଶକ୍ତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦଅ ମୋଦି ଚାହୁଁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଦେଶ କିମ୍ବା ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଖେଳାଳିଙ୍କୁ ମଧ୍ୟ ଏହି ସୁବିଧା ସୁଯୋଗ ମିଳିବ ।

ଏଥି ନିମନ୍ତେ କ୍ରୀଡାବିତଙ୍କ ଯୋଗ୍ୟତା ଯାଂଚ କରି ସାର୍ଟିଫିକେଟ ପ୍ରଦାନ କରିବାକୁ କ୍ଷମତାପ୍ରାପ୍ତ ସଂସ୍ଥାର ରୋଷ୍ଟରକୁ ସଂଶୋଧନ କରାଯାଇଛି । ଏବେ ଜାତୀୟ କ୍ରୀଡା ମହାସଂଘର ସଚିବ, ରାଜ୍ୟ ସଂଘର ସଚିବ ଓ ବିଶ୍ୱବିଦ୍ୟାଳୟ ଡିନ ବା କ୍ରୀଡା ଅଧିକାରୀ ଏହି ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ଅଧିକାର ପାଇବେ ।

Leave A Reply

Your email address will not be published.