ଭାରତ-ଦ.ଆଫ୍ରିକା ଟେଷ୍ଟ ସିରିଜ: ଦକ୍ଷିଣ ଆଫ୍ରିକା ୨-୧ରେ ସିରିଜ ଜିତିଲା

କେପ୍‌ଟାଉନ୍‌: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ଟେଷ୍ଟ ଶୃଙ୍ଖଳା ଶେଷ ହୋଇଛି । ତୃତୀୟ ଟେଷ୍ଟ ଜିତି ଏହି ଶୃଙ୍ଖଳାକୁ ଦ. ଆଫ୍ରିକା ୨-୧ରେ ହାତେଇ ନେଇଛି । ଫଳରେ ଦକ୍ଷିଣ ଆଫ୍ରିକା ମାଟିରେ ଟିମ ଇଣ୍ଡିଆର ଟେଷ୍ଟ ସିରିଜ ବିଜୟ ସ୍ୱପ୍ନ ଧୁଳିଶାତ୍‌ ହୋଇଛି ।

ଚତୁର୍ଥ ଦିନର ପ୍ରଥମ ସେସନରେ ଦକ୍ଷିଣ ଆଫ୍ରିକା ୭୦ ରନ୍‌ ସଂଗ୍ରହ କରିବା ସହ ଗୋଟିଏ ୱିକେଟ ହରାଇ ବିଜୟ ସୁନିଶ୍ଚିତ କରିଥିଲା । ଏଥିସହ ମ୍ୟାଚ୍‌ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଜାହିର କରିଥିଲା । ଲଞ୍ଚ୍‌ ପରେ ଦକ୍ଷିଣ ଆଫ୍ରିକାର ସ୍କୋର ୧୭୧/୩ ରହିଥିଲା । ରସି ଭାନଡର୍‌, ଡସନ ଓ ତେମ୍ବା ବାଭୁମା ଯଥାକ୍ରମେ ୨୨ ଓ ୧୨ ରନ୍‌ରେ ଅପରାଜିତ ଥିଲେ ।

Leave A Reply

Your email address will not be published.