ସଂକୀର୍ତ୍ତନ ମଣ୍ଡଳୀ ଉପରେ ମାଡିଗଲା କାର୍‌ : ଜଣଙ୍କର ମୃତ୍ୟୁ, ୬ ଗୁରୁତର

ଭୁବନେଶ୍ୱର,(ଏସ୍‌.ନ୍ୟୁଜ):ପୁରୀ ସାତପଡ଼ା ରେବଣା ନୂଆଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସଂକୀର୍ତ୍ତନ ଚାଲିଥିଲା ବେଳେ ଏକ ଦ୍ରୁତଗାମୀ କାର ମାଡ଼ିଯାଇଛି । ଫଳରେ ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ଗାଁର ଜଗନ୍ନାଥ ସାହୁ । ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଆଜି ମକର ସଂକ୍ରାନ୍ତି ଥିବାରୁ ଗାଁ ଦାଣ୍ଡରେ ସଂକୀର୍ତ୍ତନ ହେଉଥିଲା । ରାତି ପ୍ରାୟ ଆଠଟା ବେଳେ ଏକ ଦ୍ରୁତଗାମୀ କାର ଗାଁ ରାସ୍ତାରେ ବସିଥିବା ସଂକୀର୍ତ୍ତନ ମଣ୍ଡଳୀ ଉପରେ ଚଢିଯାଇଥିଲା । ପରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଦୁର୍ଘଟଣାଗ୍ରସ୍ତ କାରର ଡ୍ରାଇଭର ଓ ମାଲିକଙ୍କୁ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି ଗାଁଲୋକ । ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.