କେବଳ ସଂଖ୍ୟାର ରାଜନୀତି କରୁଛନ୍ତି କେନ୍ଦ୍ର ସରକାର:ପ୍ରଣବ ପ୍ରକାଶ ଦାସ

କେବଳ ସଂଖ୍ୟାର ରାଜନୀତି କରୁଛନ୍ତି କେନ୍ଦ୍ର ସରକାର । ୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହି ଅନୁଗୋଳ, ଢେଙ୍କାନାଳ ଆଉ ସମ୍ବଲପୁର ପାଇଁ କ’ଣ କରିଛନ୍ତି ? କେନ୍ଦ୍ରରେ ଏକ ସରକାର ଅଛି ଯାହାର ଲୋକଙ୍କ ପାଇଁ କାମ ଦରକାର ନାହିଁ ବରଂ ସଂଖ୍ୟା ଦରକାର । ଦୀର୍ଘ ୧୦ବର୍ଷ ହେଲା ଏହି ମାଟିର ଜଣେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ସେ କ’ଣ କରିଛନ୍ତି, ତାହା ଏ ଜାତୀୟ ରାଜପଥର ଅବସ୍ଥା ଦେଖିଲେ ଜଣାପଡୁଛି ।

ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ତୁରଙ୍ଗଠାରେ ଅନୁଷ୍ଠିତ ୨୫ ଓ ୨୬ ନମ୍ବର ଜୋନର କର୍ମୀ ସମ୍ମିଳନୀରେ ଯୋଗ ଦେବା ଅବସରରେ ଏପରି କହିଛନ୍ତି ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସେ ଆହୁରି ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ନେତୃତ୍ୱରେ କାମ କରୁଥିବା ସମସ୍ତ ନେତା କେବଳ କାମରେ ବିଶ୍ୱାସ କରନ୍ତି । କଥାରେ ନୁହେଁ । ଯାହା ଆଜି ବିକାଶ ହୋଇଛି ସେଥିରୁ ଏହା ସ୍ପଷ୍ଟ ପ୍ରମାଣିତ ।

Leave A Reply

Your email address will not be published.