ଭାରତୀୟ ନୌସେନା ମୁଖ୍ୟ ନିଯୁକ୍ତ ହେଲେ ଅଡମିରାଲ ଦିନେଶ ତ୍ରିପାଠୀ

ଭାରତୀୟ ନୌସେନା ମୁଖ୍ୟ ନିଯୁକ୍ତ ହେଲେ ଅଡମିରାଲ ଦିନେଶ ତ୍ରିପାଠୀ। ନୌସେନା କ୍ଷେତ୍ରରେ ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ଥିବା ତ୍ରିପାଠୀ ବର୍ତ୍ତମାନ ନୌସେନା କର୍ମଚାରୀ ଉପାଧ୍ୟକ୍ଷ ଅଛନ୍ତି। ଏପ୍ରିଲ ୩୦ ତାରିଖରେ ସେ ତାଙ୍କ ନୂଆ ଦାୟିତ୍ୱ ସମ୍ଭାଳିବେ।

ରିୱା ସୈନିକ ସ୍କୁଲ୍ ଓ ନ୍ୟାସ୍ନାଲ୍ ଡିଫେନ୍ସ ଆକାଡେମୀରେ ପାଠ ପଢ଼ିଥିବା ଶ୍ରୀ ତ୍ରିପାଠୀ ୧୯୮୫ ମସିହା ଜୁଲାଇ ୧ ତାରିଖରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ନୌସେନାରେ ସେ ବିଭିନ୍ନ ପଦପଦବୀରେ ରହିଛନ୍ତି।

ଜଣେ କମ୍ୟୁନିକେଶନ ଓ ଇଲେକ୍ଟ୍ରିକ ଯୁଦ୍ଧ ବିଶେଷଜ୍ଞ ଶ୍ରୀ ତ୍ରିପାଠୀ ନୌସେନାର ଫ୍ରଣ୍ଟଲାଇନ ଯୁଦ୍ଧ ଜାହାଜରେ ଏକ ସିଗନାଲ କମ୍ୟୁନିକେସନ୍ ଅଫିସର ଏବଂ ଇଲେକ୍ଟ୍ରୋନିକ୍ ୱାରଫେୟାର ଅଫିସର ଭାବରେ କାର୍ଯ୍ୟ କରିଥିଲେ। ଏବଂ ପରେ ଗାଇଡ୍ ମିସାଇଲ୍ ବିନାଶକାରୀ INS ମୁମ୍ବାଇର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପ୍ରିନ୍ସିପାଲ୍ ୱାର୍ଫେୟାର ଅଫିସର ଭାବରେ କାର୍ଯ୍ୟ କରିଥିଲେ।

ଏଥିସହିତ ସେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅପରେସ୍ନାଲ ଓ ଷ୍ଟାଫ୍ ଆପଏଣ୍ଟମେଣ୍ଟ ନିଯୁକ୍ତ ହୋଇଛନ୍ତି। ଯେଉଁଥିରେ ମୁମ୍ବାଇରେ ୱେଷ୍ଟର୍ନ ଫ୍ଲାଇଟ୍ର ଫ୍ଲିଟ୍ ଅପରେସନ୍ ଅଫିସର, ନାଭାଲ୍ ଅପରେସନ୍ସର ନିର୍ଦ୍ଦେଶକ, ମୁଖ୍ୟ ନିର୍ଦ୍ଦେଶକ ନେଟୱାର୍କ ସେଣ୍ଟ୍ରିକ୍ ଅପରେସନ୍ ଏବଂ ନୂଆଦିଲ୍ଲୀରେ ନାଭାଲ୍ ପ୍ଲାନ୍ର ମୁଖ୍ୟ ନିର୍ଦ୍ଦେଶକ ପଦରେ ସେ ରହି ସାରିଛନ୍ତି। ୨୦୧୯ରେ ତାଙ୍କର ଭାଇସ୍ ଆଡ୍ମିରାଲ ପଦକୁ ପ୍ରମୋସନ ହୋଇଥିଲା। ତ୍ରିପାଠୀ ୱେଲିଙ୍ଗଟନ୍ର ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜ୍ରେ ସ୍ନାତକ କରିଥିଲେ। ଏହି କଲେଜ୍ରେ ତାଙ୍କୁ ଥିମାଇୟା ପଦକରେ ପ୍ରଦାନ କରାଯାଇଥିଲା। ୨୦୦୭-୦୮ ମସିହାରେ ଆମେରିକାରେ ମଧ୍ୟ ନୌସେନା ସମ୍ପର୍କି ପାଠ ପଢ଼ିଛନ୍ତି।

Leave A Reply

Your email address will not be published.