ମହାନଦୀରେ ବୁଡ଼ିଲା ଡଙ୍ଗା, ୬ ଜଣ ନିଖୋଜ

ମହାନଦୀରେ ବୁଡ଼ିଲା ଡଙ୍ଗା । ଡଙ୍ଗା ବୁଡ଼ି ୬ ଜଣ ନିଖୋଜ ହୋଇଥିବାବେଳେ ୪୦ଜଣ ଉଦ୍ଧାର ହୋଇଛନ୍ତି । ଏଭଳି ଏକ ଘଟଣା ଝାରସୁଗୁଡା ଜିଲ୍ଲା ଲଖନପୁରଠାରେ ଘଟିଛି ।

ପ୍ରକାଶ ଯେ, ଡଙ୍ଗାଟି ଲଖନପୁର ବ୍ଲକ ଶରଧାରୁ ଲୋକେ ବରଗଡ଼ ଜିଲ୍ଲା ବାଞ୍ଜିପାଲିକୁ ଯାଉଥିଲା । ଏହି ସମୟରେ ଡଙ୍ଗାଟି ବୁଡ଼ି ଯାଇଥିଲା ।

ଡଙ୍ଗାରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ସୂଚନା ମିଳିଛି L ନିକଟରେ ଥିବା ମାଛ ଧରାଳି ଡଙ୍ଗାମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି L ବର୍ତ୍ତମାନ ସୁଦ୍ଧା ୬ ଜଣ ନିଖୋଜ ଥିବା ସୂଚନା । ଖବରପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ସହଯୋଗ କରୁଛନ୍ତି ।

ସୂଚନା ଅନୁଯାୟୀ, ଏହି ଯାତ୍ରୀମାନେ ପ୍ରତ୍ୟେକ ଦିନ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଯାଇଥାନ୍ତି । ଆଜି ଡଙ୍ଗାରେ ଅଧିକମାତ୍ରାରେ ଲୋକେ ଯାଉଥିବାରୁ ଏଭଳି ଏକ ଅଭାବନୀୟ ଘଟିଛି ବୋଲି ସୂଚନା ମିଳିଛି । ଅନ୍ୟପଟେ ସନ୍ଧ୍ୟା ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ କିଭଳି ଲୋକଙ୍କୁ ଉଦ୍ଧାର କରାଯିବ ସେ ନେଇ ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ପରିଚୟ ମିଳିପାରିନାହିଁ । ସେହିଭଳି ଭାବେ ଡଙ୍ଗାରେ କେତେଜଣ ମହିଳା, ପୁରୁଷ ଏବଂ ଛୋଟ ଛୁଆ ଥିଲେ ତାହା ଜଣାପଡ଼ିନାହିଁ ।

Leave A Reply

Your email address will not be published.