ଆଇଆଇଟି ଧାନବାଦର ନିର୍ଦ୍ଦେଶକ ହେଲେ ପ୍ରଫେସର ସୁକୁମାର ମିଶ୍ର 

ସମ୍ବଲପୁର ତା୧୯/୦୪ : ଆଇଆଇଟି ଧାନବାଦର ନିର୍ଦ୍ଦେଶକ ଭାବେ ପ୍ରଫେସର ସୁକୁମାର ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ଆଇଆଇଟି ଦିଲ୍ଲୀରେ ସେ ପ୍ରଫେସର୍‌ ଭାବେ କାର୍ଯ୍ୟରତ ଥିଲେ। ପ୍ରଫେସର ମିଶ୍ର  ୟୁନିଭର୍ସିଟି କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ(ବର୍ତ୍ତମାନର ଭିସୁଟ୍‌)ରୁ ବିଟେକ୍ କରିବା ପରେ ରାଉରକେଲା ଏନଆଇଟିରୁ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ ୧୯୯୨ ମସିହାରେ ଏମ୍‌ଟେକ୍‌ ଓ ୨୦୦୦ ମସିହାରେ ପିଏଚ୍‌ଡି ସାରିଥିଲେ। ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ତାଙ୍କୁ ୧୯୯୯ ମସିହାରେ ଯୁବ ବୈଜ୍ଞାନିକ ସମ୍ମାନ ପ୍ରଦାନ କରାଯାଇଥିଲା। ତା’ ସହିତ ୨୦୦୨ରେ ସେ ଇନ୍‌ସା ମେଡାଲ୍‌ ଓ ଆଇଏନଏଇ ଯୁବ ଯନ୍ତ୍ରୀ ପୁରସ୍କାର, ୨୦୧୬ରେ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର, ୨୦୧୯ରେ ବିମଳ ବୋଲ୍‌ ପୁରସ୍କାର, ୨୦୨୧ରେ ଆଇଏନଏଇ ଆଉଟ୍‌ଷ୍ଟାଣ୍ଡିଂ ଟିଚର୍‌ ପୁରସ୍କାର ଆଦି ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଆଇଆଇଟି ଧାନବାଦର ନିର୍ଦ୍ଦେଶକ ଦାୟିତ୍ବ ମିଳିବା ପରେ ଭିସୁଟ୍‌ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି।

Leave A Reply

Your email address will not be published.