ଶଙ୍ଖ ଧରିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ

ବିଜେଡିରେ ମିଶିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ବିଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିରାଟ ରାଲିରେ ଆସି ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ସୁଲତା ଦେଓଙ୍କ ଉପସ୍ଥିତିରେ ମନ୍ମଥ ବିଜେଡିରେ ମିଶିଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ତଥା ମନ୍ମଥଙ୍କ ବାପା ସୁର ରାଉତରାୟ କହିଛନ୍ତି, ମୁଁ ମୋର ମୃତ୍ୟୁ ଯାଏଁ କଂଗ୍ରେସରେ ରହିବି । ମୋ ପୁଅ ସାବାଳକ ହୋଇଯାଇଛି । ତେଣୁ ସେ ଯେଉଁ ଦଳକୁ ଯିବ, ମୁଁ ତାକୁ ସମର୍ଥନ କରିବି । ମୋ ସମର୍ଥକ ତାକୁ ମଧ୍ୟ ସମର୍ଥନ କରିବେ । ମୋ ପୁଅ ଯେଉଁ ଦଳରେ ଛିଡା ହେବ ସେହି ଦଳକୁ ଜିତେଇବାକୁ ମୁଁ ଏବଂ ମୋର ସମର୍ଥକ ସମ୍ପୂର୍ଣ୍ଣ ଚେଷ୍ଟା କରିବୁ । ମୁଁ କଂଗ୍ରେସ ଲୋକ, ବିଜେଡି ପାର୍ଟି ଅଫିସ୍ ମାଟି ମାଡିବି ନାହିଁ ବୋଲି ସୁର କହିଛନ୍ତି ।

Leave A Reply

Your email address will not be published.