ନବୀନ ନିବାସରେ ଓଲିଉଡ୍ କଳାକାରଙ୍କ ଡେରା

ନବୀନ ନିବାସରେ ଓଲିଉଡ୍ କଳାକାରଙ୍କ ଡେରା । ଡାକରା ପାଇ ନବୀନ ନିବାସରେ ପହଞ୍ଚିଛନ୍ତି ଅନେକ ଫିଲ୍ମ ଷ୍ଟାର ଓ ଗୀତିକାର । ଏଥିସହ କମେଡିଆନ୍ ଏବଂ ୟୁଟୁବର ମାନେ ମଧ୍ୟ ପହଞ୍ଚିଛନ୍ତି । ଏମାନଙ୍କ ଭିତରେ ଅଭିନେତା ବାବୁଶାନ୍ ମହାନ୍ତି, ସ୍ୱରାଜ ବାରିକ, ଅମ୍ଳାନ ଦାସ, ଦେବାଶିଷ, ସମ୍ବିତ, ଅଭିନେତ୍ରୀ ଲିପ୍ସା, ଭୂମିକା, ନିକିତା କମେଡିଆନ୍ ସନ୍ତୁ, ଶଙ୍କର, ଚାନ୍ଦିନୀ ଆଦି ରହିଛନ୍ତି । ପ୍ରଚାର ମଇଦାନକୁ ଆହୁରି ଜୋରଦାର କରିବା ପାଇଁ ଲୋକପ୍ରିୟ କଳାକାରଙ୍କୁ ଖୋଜା ପଡିଥିବା କୁହାଯାଉଛି ।

ଅରିନ୍ଦମ୍ ରୟ, ଅନୁଭବ ମହାନ୍ତି, ଆକାଶ ଦାସନାୟକ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ଭଳି ଆଗଧାଡିର ଷ୍ଟାର ଦଳ ଛାଡିବା ପରେ ଏମାନଙ୍କୁ ନେଇ ପ୍ରଚାର ମଇଦାନକୁ ସରଗରମ୍ କରିବାକୁ ରଣନୀତି ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.