ବାଣୀବିହାର କ୍ୟାମ୍ପସ ଭିତରୁ ବଡ଼ ଧରଣର ଚୋରି

ରାଜଧାନୀରୁ ପୁଣି ଲୁଟ୍ । ବାଣୀବିହାର କ୍ୟାମ୍ପସ ଭିତରୁ ବଡ଼ ଧରଣର ଲୁଟ୍ । କ୍ୟାମ୍ପସ କ୍ୱାର୍ଟରରେ ରହୁଥିବା ମନୋରଞ୍ଜନ ଜେନାଙ୍କ ଘରୁ ଲୁଟ୍ ହୋଇଛି । ୧୦ ଲକ୍ଷ ଟଙ୍କାର ସୁନା ଗହଣା, ୨ ଲକ୍ଷ ନଗଦ ଟଙ୍କା, ଡିଏସ୍ଏଲଆର କ୍ୟାମେରା, ରୂପା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି ।

ଲୁଟେରାମାନେ ଘଟଣାସ୍ଥଳରେ ଏକ ଲେଦର ବ୍ୟାଗ୍ ଛାଡିଯାଇଥିବା ଦେଖିବାକୁ ମିଳିଛି । ସେହି ବ୍ୟାଗକୁ ନେଇ ଏବେ ଛାନଭିନ୍ ଆରମ୍ଭ କରିଛି ପୋଲିସ । ସନ୍ଧାନୀ କୁକୁର ପଛେପଛେ ଚାଲିଛି ପୋଲିସ । ଡଗ୍ ସ୍କ୍ୱାର୍ଡକୁ ନେଇ ତଦନ୍ତ ଚାଲିଥିବା ବେଳେ ପୋଲିସକୁ କିଛି ସୁରାକ ମିଳିଥିବା ଜଣାପଡ଼ିଛି । କ୍ୟାମ୍ପସରେ ଥିବା ଜଙ୍ଗଲ ଭିତରୁ କିଛି ରୂପା ଅଳଙ୍କାର ମଧ୍ୟ ପୋଲିସ ଜବତ କରିଛି । ବାକି ସୁନାଗହଣା କୁଆଡେ ଗଲା, ସେନେଇ ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.