ଚୋରି ଉଦ୍ୟମ ପଣ୍ଡ, ତିନି ଗିରଫ

ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳା ଥାନା ମଉଦା ଅଂଚଳରେ ଚୋରି ଉଦ୍ୟମ ପଣ୍ଡ। ତିନି ଲୁଟେରା ଗିରଫ। ଏହାସହ ଆଉ କିଛି ଲୁଟାରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଗତକାଲି ରାତିରେ ମଉଦା ଅଂଚଳରେ କିଛି ଲୁଟେରା ବିଦ୍ୟୁତ୍ ଖୁଂଟ ଚୋରି କରୁଥିଲେ ।

ବିଲ ଭିତରେ ବିଦ୍ୟୁତ୍ ଖୁଂଟ ରହିଥିବା ବେଳେ ତାହାକୁ ଗ୍ୟାସ୍ କଟରରେ କାଟି ଲୁଟ କରୁଥିଲେ ଲୁଟେରା । ଗ୍ୟାସ୍ କଟରରେ କିଛି ବିଦ୍ୟୁତ୍ ଖୁଂଟ କାଟି ତାହାକୁ ଏକ ଟାଟା ଏସିଇ ଗାଡିରେ ଲୋଡ କରି ସାରିଥିଲେ । ହେଲେ ପୋଲିସ୍ ପହଂଚିବା ପରେ ଘଟଣାସ୍ଥଳରୁ ୩ ରୁ ଅଧିକ ଲୁଟେରା ଖସି ଚାଲି ଯାଇଥିବା ବେଳେ ପୋଲିସ୍ ହାବୁଡରେ କେବଳ ତିନି ଜଣ ଲୁଟେରା ହିଁ ପଡିଥିଲେ ।

ପୋଲିସ୍ ତିନି ଜଣ ଲୁଟେରାଙ୍କୁ ଗିରଫ କରିବା ସହିତ ଲୁଟରେ ବ୍ୟବହୃତ ହୋଇଥିବା ଗ୍ୟାସ୍ ଟାଙ୍କି, କଟର ମେସିନ୍ ସମେତ କଟା ଯାଇଥିବା ବିଦ୍ୟୁତ୍ ଖୁଂଟ ସହିତ ଟାଟା ଏସିଇ ଗାଡିକୁ ଜବତ  କରିଛି ପୋଲିସ୍ । 

Leave A Reply

Your email address will not be published.