ହସ୍ପିଟାଲରେ ଯୁବ ଡାକ୍ତରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ଭରତପୁର ଥାନା ଅନ୍ତର୍ଗତ ଏକ ଘରୋଇ ହସ୍ପିଟାଲର ଶିଶୁରୋଗ ବିଭାଗରେ ଡାକ୍ତରଭାବେ କାର୍ଯ୍ୟ କରୁଥିବା ଜଣେ ଯୁବ ଡାକ୍ତର ଗୁରୁବାର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଡାକ୍ତର ଜଣକ ହେଲେ ଶିଶିର କୁମାର ସାହୁ (୩୨) । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ସେ ହସ୍ପିଟାଲରେ କାର୍ଯ୍ୟରତ ଥିବାବେଳେ ହିଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ପୁଲିସ ରାତି ପ୍ରାୟ ୮ଟାରେ ସୂଚନା ପାଇବା ପରେ ହସ୍ପିଟାଲରେ ପହଞ୍ଚି ମାମଲାର ଛାନଭିନ ଆରମ୍ଭ କରିଛି । ଭରତପୁର ଥାନା ଅନ୍ତର୍ଗତ ବିପୁଲ ଗାର୍ଡେନ ସ୍ଥିତ ଆପାର୍ଟମେଣ୍ଟରେ ଶିଶିର ରହୁଥିଲେ । ସେ ଗତ ୨୦ ଦିନ ତଳେ ବିବାହ କରିଥିବାବେଳେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ଜଣାପଡ଼ିନଥିବା ଭରତପୁର ଥାନାଧିକାରୀ ବିଭୁଦତ୍ତ ରାଉତରାୟ କହିଛନ୍ତି ।

Leave A Reply

Your email address will not be published.