ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଗୁରୁବାର ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂତନ ମୁଖ୍ୟ ନିର୍ବାଚନ କମିଶନରଭାବେ ନିଯୁକ୍ତ କରିଛନ୍ତି । ସୁଶୀଲ ଚନ୍ଦ୍ରା ଅବସର ନେବାପରେ ରାଜୀବ ଚଳିତମାସ ୧୫ରେ ନୂତନ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି । ସେ ୨୦୨୫ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ୨୦୨୦ରେ ଅଶୋକ ଲାଭ।।ସା ଅବସର ନେବାପରେ ରାଜୀବ ନିର୍ବାଚନ କମିଶନର ନିଯୁକ୍ତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ୨୦୨୪ ଲୋକସଭା ନିର୍ବାଚନ ସମେତ ଗୁଜରାଟ, ହିମାଚଳ ପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ତ୍ରିପୁରା, ମେଘାଳୟ, ମିଜୋରାମ ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

Leave A Reply

Your email address will not be published.