ବ୍ରଜରାଜନଗର ଉପନିର୍ବାଚନ: କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳ ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ପ୍ରଭାରୀ ଡ. ଏ ଚେଲ୍ଲାକୁମାର, ସହ-ପ୍ରଭାରୀ ଜି ରୁଦ୍ରରାଜୁଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ଛତିଶଗଡ଼ର ଅନ୍ୟ ତିନି ହେଭିୱେଟ୍ ମନ୍ତ୍ରୀ ଓ ୩ ବିଧାୟକଙ୍କ ନାଁ ମଧ୍ୟ ସାମିଲ୍ ରହିଛି। କଂଗ୍ରେସ ଦଳର ଯୁବ ଚେହେରା କୁହାଯାଉଥିବା କହ୍ନେୟା କୁମାର ଓ ଗୁଜୁରାଟ ବିଧାୟକ ଜିଗ୍ନେଶ୍ ମେୱାନୀ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।

ତାଲିକାରେ ଷ୍ଟାର ପ୍ରଚାରକ ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ଦଳର ୮ ଜଣ ବିଧାୟକ ଯଥା ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନିପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଡ ସିଏସ୍ ରାଜନ ଏକ୍କା, ସୁରେଶ ରାଉତରାୟ, ମହମ୍ମଦ ମୋକିମ୍ ପ୍ରମୁଖ ସ୍ଥାନ ପାଇଛନ୍ତି । ଏହାବାଦ୍ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତତନ ପିସିସି କାର୍ଯ୍ୟକାରୀ ସଭାପତି ତଥା ଦଳର ବିହାର ଓ ମଣିପୁର ପ୍ରଭାରୀ ଭକ୍ତଚରଣ ଦାସ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ଏଆଇସିସି ସମ୍ପାଦକ ଶରତ ରାଉତ, ଏଆଇସିସି ସମ୍ପାଦକ ତଥା କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ବରିଷ୍ଠ ନେତା ଗଣେଶ୍ୱର ବେହେରା, ରାମଚନ୍ଦ୍ର ଖୁଣ୍ଟିଆ, ଯଜେ୍ଞଶ୍ୱର ବାବୁ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, ଡ. ହମିଦ୍ ହୁସେନ୍‌, ଦେବାଶିଷ ପଟ୍ଟନାୟକ, ରାଜକିଶୋର ଷଡ଼ଙ୍ଗୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ଓ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ସୟଦ ୟାସିର୍ ନୱାଜ ପ୍ରମୁଖ ତାଲିକାରେ ରହିଛନ୍ତି । ତାଲିକାରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ୭ ଛାମୁଆ କଂଗ୍ରେସ ନେତାଙ୍କ ନାଁ ରହିବାକୁ ନେଇ ଅଧିକ ଚର୍ଚ୍ଚା ଚାଲିଛି । ଖୋଦ୍ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ପୂର୍ବରୁ ଓଡ଼ିଶାରେ ନିର୍ବାଚନ ପ୍ରଭାରୀ ରହିସାରିଥିବା ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂଦେଓ, ସଂସ୍କୃତି ମନ୍ତ୍ରୀ ଅମରଜିତ୍ ଭଗତ, ଛତିଶଗଡ଼ର ଟାଣୁଆ ଆଦିବାସୀ ନେତା ତଥା ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ କବାସୀ ଲଖମା, ବିଧାୟକ ମୋହନ ମାର୍କମ, ବିଧାୟକ ପ୍ରକାଶ ନାଏକ ଓ ବିଧାୟକ ଉମେଶ ପଟେଲ୍ ପ୍ରମୁଖ ଷ୍ଟାର ପ୍ରଚାରକ ଭାବେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.