ଆଜି ବିଶ୍ୱ ମାତୃ ଦିବସ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ମାତୃ ଦିବସ । ମା’ ଦୁନିଆର ସବୁଠୁ ମଧୁର ଆଉ ବ୍ୟାପକ ଶବ୍ଦ । ସେ ଅବର୍ଣ୍ଣନୀୟ । ମାଆ ପ୍ରତି ଭଲପାଇବା ଓ ତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ ହେଉଛି ସ୍ୱତନ୍ତ୍ର ଦିନ । ପ୍ରତିବର୍ଷ ମେ ମାସ ଦ୍ୱିତୀୟ ରବିବାରକୁ ମାତୃଦିବସ ରୂପେ ପାଳନ କରାଯାଉଛି । ମା’କୁ ସମ୍ମାନ ଦେବା ଲାଗି ପ୍ରଥମେ ଆମେରିକାରେ ମାତୃ ଦିବସର ଆରମ୍ଭ ହୋଇଥିଲା ।

ଆମେରିକାର ଆକ୍ଟିଭିଷ୍ଟ ଏନା ଜାର୍ବିସ ନିଜ ମା’ଙ୍କୁ ବହୁତ ଭଲ ପାଉଥିଲେ । ମାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କରିଥିଲେ । ୧୯୧୪ ମସିହା ମେ’ ୯ ତାରିଖରେ ଆମେରିକାରେ ଏକ ବିଲ୍‌ ପାସ ହୋଇଥିଲା, ଯେଉଁଥିରେ ମେ’ ମାସର ଦ୍ୱିତୀୟ ରବିବାରକୁ ’ମଦର୍ସ ଡେ’ ରୂପେ ପାଳନ କରାଯିବା ପାଇଁ ଉଲ୍ଲେଖ ରହିଥିଲା । ଏହାପରେ ଭାରତ ସହିତ ଏନେକ ଦେଶ ମେ’ ମାସର ଦ୍ୱିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରି ଆସୁଛନ୍ତି । ମାଆ ପାଇଁ କୌଣସି ଗୋଟିଏ ଦିନ ନୁହେଁ । ଜୀବନ ଥିବା ଯାଏ ପ୍ରତ୍ୟେକଙ୍କ ହୃଦୟରେ ମାଆ ପ୍ରତି ଭଲପାଇବା ସମ୍ମାନ ରହିଛି ଆଉ ରହିବ । ହେଲେ ଆଜି ଦିନଟି କିଛି ଖାସ ଭାବେ ପାଳନ କରାଯାଏ । ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଦୁନିଆର ପ୍ରତ୍ୟେକ ସନ୍ତାନକୁ ସାମର୍ଥ କର ଯେମିତି ଜୀବନର ପ୍ରତ୍ୟେକ ଦିନ ମାଆଙ୍କ ସେବାରେ ସର୍ମପଣ କରିପାରିବେ ।

Leave A Reply

Your email address will not be published.