ଦମୟନ୍ତୀ ମାଝୀ କଟକର ଡେପୁଟି ମେୟର

କଟକ: ଦମୟନ୍ତୀ ମାଝୀ ହୋଇଛନ୍ତି କଟକ ଡେପୁଟି ମେୟର। ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ବିଜେଡିରୁ ବିଜୟୀ ହୋଇଥିଲେ ଦମୟନ୍ତୀ। ଦମୟନ୍ତୀ ଟିକେଟ ପାଇ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିଲେ । ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ବର୍ତ୍ତମାନ ଦମୟନ୍ତୀ ହେଉଛନ୍ତି କଟକର ସର୍ଵକନିଷ୍ଠ କର୍ପୋରେଟର ।

ଅନ୍ୟପଟେ କଟକ ମହାନଗର ନିଗମ (ସିଏମ୍‌ସି)ର ପଞ୍ଚମ ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁବାସ ସିଂହ। ଶପଥପାଠ କରାଇଛନ୍ତି ନଗର ଉନ୍ନୟନ୍ନ ବିଭାଗ ସଚିବ ସଂଗ୍ରାମଜିତ ନାୟକ। ତେବେ ଶପଥ ଗ୍ରହଣ ଉତ୍ସବରେ ଜିଲ୍ଲାପାଳ, ସିଏମ୍‌ସି କମିସନରଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.