ଦୁଷ୍କର୍ମକାରୀକୁ ଧରିବାକୁ ୪ଜଣିଆ ଟିମ୍‌ ଗଠନ କଲା ପୁରୀ ପୋଲିସ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପୁରୀ ଟାଉନଥାନା ଅଞ୍ଚଳରେ ୫ ବର୍ଷର ନାବାଳିକ ଦୁଷ୍କର୍ମ ଘଟଣାରେ ଫେରାର ଅଭିଯୁକ୍ତକୁ ଧରିବାକୁ ଜାଲ ବିଛାଇଛି ପୋଲିସ୍‌ । ଏହି ଘଟଣାକୁ ଗୁରୁତର ସହ ନେଇଛି ପୋଲିସ୍‌ । ଅଭିଯୁକ୍ତ ଫେରାର ଥିବାରୁ ତାକୁ ଗିରଫ କରିବାକୁ ୪ଟି ଟିମ୍‌ ଗଠନ କରିଛି ପୋଲିସ୍‌ । ତୁରନ୍ତ ଗିରଫ କରିବାକୁ ୪ ଟି ଟିମ୍‌ ଗଠନ କରିବା ସହ ଟାଉନଥାନା ଅଧିକାରୀ ଓ ଏସପିଙ୍କ ନେତୃତ୍ୱରେ ଚଢଉ ଜାରି ରହିଛି । ଜିଲ୍ଲା ବାହାରର ପୋଲିସ୍‌ ସହ ଯୋଗାଯୋଗ କରାଯାଇଛି । ପୀଡିତା ଓ ଅଭିଯୁକ୍ତଙ୍କ ପରିବାର ସହ ଆଲୋଚନା କରି ଆଇନ ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସପି ।

ଉଲ୍ଲେଖଯୋଗ୍ୟ ଯେ, ଛାତଉପରେ ଏକୁଟିଆ ପାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଗୁରୁତର ନାବାଳିକାଙ୍କ ଏବେ କଟକ ମେଡିକାଲରେ ଚାଲିଛି ଚିକିତ୍ସା । ପିଲାଟିର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକତା ଭିତ୍ତିରେ ତାର ଚିକିତ୍ସା କରିବାକୁ ସାଧାରଣରେ ଦାବି ହୋଇଛି ।

ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ପୀଡାତାଙ୍କ ପରିବାରକୁ କ୍ଷତିପୂରଣ ଓ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

Leave A Reply

Your email address will not be published.