କୁକୁରକୁ ଜୀବନ୍ତ ଜାଳିଦେଲେ ମହିଳା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଅନେକ ସମୟରେ କୁକୁର ମଣିଷ ପାଇଁ ନିଜ ଜୀବନକୁ ବାଜି ଲଗାଇବାର ନଜିର୍‌ ବି ରହିଛି । ହେଲେ ଶ୍ୱାନ ଆଗରେ ମରୁଛି ମାନବିକତା । ଗୋଟିଏ ସପ୍ତାହ ମଧ୍ୟରେ ରାଜଧାନୀରେ କୁକୁରକୁ ହତ୍ୟା ଭଳି ଦୁଇ ଦୁଇଟି ମାମଲା ଆସିଛି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ପୁରୁଣା ଷ୍ଟେସନ ଅଞ୍ଚଳରେ ଏକ କୁକୁରକୁ ଜିଅନ୍ତା ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି ।

ପୁରୁଣା ଷ୍ଟେସନ ଅଞ୍ଚଳର ପଟ୍ଟନାୟକ ପେଟ୍ରୋଲ ପମ୍ପ ସାମ୍ନାରେ ଏହି ଘଟଣା ଘଟିଛି । ଅର୍ଚ୍ଚନା ମିଶ୍ର ନାମକ ମହିଳା ଜଣଙ୍କ ଏକ କୁକୁରକୁ ମାଡ଼ ମାରି ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ କୁକୁରକୁ ମାଡ଼ ମାରିବା ଓ ନିଆଁ ଲଗାଇବା ଭିଡିଓ ରେକର୍ଡ କରିଛନ୍ତି ସ୍ଥାନୀୟ ଲୋକ । ଖବର ପାଇ ସେବା ହିଁ ସଂକଳ୍ପ ସଂସ୍ଥାର ସଦସ୍ୟ ପହଞ୍ଚି କୁକୁରର ମୃତଦେହ ଉଦ୍ଧାର କରିବା ସହ ମହିଳାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏତେଲା ଦେଇଛି ।

Leave A Reply

Your email address will not be published.