ନବଦମ୍ପତ୍ତିଙ୍କ ଅକାଳ ବିୟୋଗ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ମୃତ୍ୟୁ ଏମିତି ଆସେ କେହି କେବେ ଭାବି ନଥିବେ । ଢେଙ୍କାନାଳ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ପୃଥକ ଅଘଟଣରେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ । ଘରେ ସ୍ତ୍ରୀଙ୍କ ଅକାଳ ବିୟୋଗ ଘଟିଥିବା ବେଳେ, ବାଇକ ଦୁର୍ଘଟଣାରେ ଚାଲି ଯାଇଛି ସ୍ୱାମୀଙ୍କ ଜୀବନ । ଢେଙ୍କାନାଳ ସଦରଥାନା ହରେକୃଷ୍ଣପୁରର ଘଟିଛି ଏ ଅଭାବନୀୟ ଘଟଣା । ମୃତକ ହେଲେ ଲିସା ଦେହୁରୀ ଓ ତାଙ୍କ ସ୍ୱାମୀ ଦିଲ୍ଲୀପ ଦେହୁରୀ ।

ଲିସା ଘରେ ଥିବା ବେଳେ ହଠାତ ତାଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କ ମୃତ୍ୟୁ ଖବର ଶୁଣି ଗଦିଆଁରେ କାମ କରୁଥିବା ସ୍ୱାମୀ ଘରକୁ ସହଯୋଗୀଙ୍କ ସହ ଘରକୁ ଫେରୁଥିବା ବେଳେ ବିଶ୍ୱନାଥପୁର ଛକରେ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ । ଫଳରେ ଦିଲ୍ଲୀପଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।

ସହଯୋଗୀ ହେମନ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଦିଲ୍ଲୀପ ଗତ ୬ ମାସ ତଳେ ବଣସିଂହ ନାଥୁଆ ଗାଁ ଲିସା ଦେହୁରୀଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ନବଦମ୍ପତ୍ତିଙ୍କ ଅକାଳ ବିୟୋଗ ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି ।

Leave A Reply

Your email address will not be published.