ଅବସର ନେବେ ସାନିଆ ମିର୍ଜା

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଟେନିସରୁ ଅବସର ନେବେ ସାନିଆ ମିର୍ଜା । ଚଳିତ ସିଜିନ ପରେ ଅଲବିଦା କହିବେ ଟେନିସ ତାରକା ସାନିଆ । ଅଷ୍ଟ୍ରେଲିଆ ଓପନ ଖେଳୁଥିବା ସାନିଆଙ୍କ ପାଇଁ ଏହା ଶେଷ ସିଜିନ୍‌ ହେବ ବୋଲି ସେ କହିଛନ୍ତି । ଅବସର ନେଇ ନିଜେ ଘୋଷଣା କରିଛନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା । ଚଳିତ ମୁକାବିଲାରେ ଆରମ୍ଭରୁ ସେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

୨୦୦୩ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ ସାନିଆ । ଅନେକ ରେକର୍ଡର ଅଧିକାରୀ ସେ । ଦେଶକୁ ବିଶ୍ୱ ସ୍ତରରେ ଖଘର୍ବିତ କରିଛନ୍ତି ସାନିଆ । ଟେନିସ ଭବିଷ୍ୟତରେ ପାଖାପାଖି ୨୦ ବର୍ଷ ନିଜର ଖେଳ ଜାରି ରଖିଛନ୍ତି ସାନିଆ ମିର୍ଜା । କିନ୍ତୁ ପ୍ରାୟ ଦୁଇ ଦଶନ୍ଧୀ ପରେ ଅବସର ନେଇ ଘୋଷଣା କରିଛନ୍ତି ସାନିଆ ମିର୍ଜା ।

ସାନିଆ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ଅଷ୍‌ଟ୍ରେଲିଆନ୍‌ ଓପନ୍‌, ଆମେରିକାନ ଓପନ୍‌, ୱିମ୍ବଲଡନ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ ସାନିଆ । ତେବେ ସାନିଆଙ୍କ ଅବସର ଘୋଷଣା କେଉଁଠି ନା କେଉଁଠି ତାଙ୍କ ପ୍ରଶଂସଙ୍କକୁ ନିରାଶ କରିଛି ।

Leave A Reply

Your email address will not be published.