୫ ଦିନରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ପ୍ରବାହ ଭଳି ସେତେ ମାରାତ୍ମକ ନୁହେଁ ତୃତୀୟ ପ୍ରବାହ । ୫ ଦିନରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । ତୃତୀୟ ଲହରରେ ଛୋଟ ପିଲାଙ୍କ ପାଇଁ ଭୟ ନାହିଁ । ଭୟଭୀତ ନହୋଇ ସତର୍କ ରହିବା ସହ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏବେ ଦେଶରେ ୧୯ ଲକ୍ଷ ଆକ୍ଟିଭ କେସ୍‌ ରହିଛି । ଟେଷ୍ଟିଂ ବୃଦ୍ଧି ଯୋଗୁ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ପଜିଟିଭ୍‌ ରେଟ୍‌ ବଢ଼ିଛି ।

ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଥିବା ବେଳେ ୧୧ରାଜ୍ୟରେ ୫୦ ହଜାର ଉପରେ ରହିଛି ସଂକ୍ରମଣ । ସଂକ୍ରମଣ କାବୁ କରିବା ପାଇଁ ପ୍ରଭାବିତ ରାଜ୍ୟ ସରକାରଙ୍କ ସହ ଆଲୋଚନା ଜାରି ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ଚିନ୍ତାଜନକ ସ୍ଥିତି ଥିବା ରାଜ୍ୟରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ଗୁରୁବାର ୩ ଲକ୍ଷ ୧୭ହଜାର ୫୩୨ କେସ୍‌ ରେକର୍ଡ ହୋଇଥିବା ବେଳେ ୪୯୧ ଜଣଙ୍କ ଜୀବନ ନେଇଛି ଭୂତାଣୁ । ଟିକାକରଣ ଯୋଗୁ ସ୍ଥିତି ଆୟତରେ ରହିଥିବା ବେଳେ ଟିକା ନେଇ ନଥିବା ଲୋକମାନେ କରୋନା ଟିକା ନେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

Leave A Reply

Your email address will not be published.