ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ ମାନ୍ୟତା ଲାଭ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ ମାନ୍ୟତା ଲାଭ କରିଛି । ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀ – ୨୦୨୦-୨୧ପାଇଁ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ ଭାବେ ପୁରସ୍କୃତ ହୋଇଛି । ପୁରସ୍କାର ବାବଦକୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କା ମିଳିଛି । ୨୦୧୫ରୁ ପୂର୍ବାଞ୍ଚଳରୁ ବିଭିନ୍ନ କାଟାଗୋରୀରେ କ୍ରମାଗତ ଜିତି ଆସୁଛି ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀ । ୨୦୦୫ରେ ଏହି ଏକାଡେମୀର ପ୍ରତିଷ୍ଠା କରାଯାଇଥିଲା ।

ଏଠାରେ ଡେପୁଟି ସୁବେଦାରଠାରୁ ଡିଏସପି ରାଙ୍କ ଯାଏ ଦିଆଯାଉଛି ତାଲିମ । ଏପର୍ଯ୍ୟନ୍ତ ୬ଟି ବ୍ୟାଚରେ ୬୫ଜଣ ଡିଏସପିଙ୍କୁ ତାଲିମ ଦିଆଯାଇଛି । ୨୪ଟି ବ୍ୟାଚରେ ଡେପୁଟି ସୁବେଦାର, ଏସଆଇ ଓ ସର୍ଜାଣ୍ଟଙ୍କୁ ତାଲିମ ଦିଆଯାଇଛି । ଅବକାରୀ, ପରିବହନ ଓ ଜଙ୍ଗଲ ବିଭାଗ ଅଫିସରଙ୍କୁ ମଧ୍ୟ ଦିଆଯାଉଛି ତାଲିମ ।

Leave A Reply

Your email address will not be published.