ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଲେ ବିରାଟ କୋହଲି

ନୂଆଦିଲ୍ଲୀ: ଶେଷରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଶନିବାର ଟେଷ୍ଟ ଟିମ୍‌ର ଅଧିନାୟକ ପଦବୀ ଛାଡିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ବିରାଟ କୋହଲି । ପୂର୍ବରୁ ଦିନିକିଆ ଓ ଟି-୨୦ କ୍ୟାପଟେନ୍‌ ପଦ ଛାଡିଥିବାବେଳେ ଆଜି ଟେଷ୍ଟ ପଦବୀ ପରିତ୍ୟାଗ କରିଥିବା ନେଇ ସୂଚନା ଦେଇଛନ୍ତି କୋହଲି । ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚରେ ପରାଜୟ ହେବା ପରେ ଅଧିନାକ ପଦବୀରୁ ବିରାଟ କୋହଲି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

ବିରାଟ ଲେଖିଛନ୍ତି, ଦୀର୍ଘ ୭ ବର୍ଷ ଧରି କଠିନ ପରିଶ୍ରମ କରିଛି । ଅନେକ ଉତଥାନ ଓ ପତ୍ତନ ଦେଇ ଭାରତୀୟ ଟିମ୍‌ ଗତି କରିଛି । ଅନେକ ଟେଷ୍ଟ ମ୍ୟାଚରେ ଟିମ୍‌ ବିଜୟୀ ହୋଇଛି ଏବଂ ପରାଜୟୀ ମଧ୍ୟ ହୋଇଛି ।

ଭାରତୀୟ ଟିମ୍‌ ପ୍ରତି ବିରାଟଙ୍କର ରହିଛି ଅନେକ ଅବଦାନ । ସେହିପରି ନିଜକୁ ଏତେବଡ଼ ଦାୟିତ୍ୱ ପ୍ରଦାନ କରିଥିବାରୁ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି କୋହଲି । ବିରାଟଙ୍କ ଅଧିନାୟକତ୍ୱରେ ଟେଷ୍ଟ ମ୍ୟାଚରେ ଭାରତୀୟ ଟିମ୍‌ ଅନେକ ରେକର୍ଡର ଅଧିକାରୀ ହୋଇପାରିଛି ।

Leave A Reply

Your email address will not be published.