କୋଭିଡ କଟକଣା ଭିତରେ ସିଭିଲ ସର୍ଭିସ ପରୀକ୍ଷା ଅନୁଷ୍ଠିତ ହେବ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଓଡିଶା ଲୋକସେବା ଆୟୋଗଙ୍କ ନିଷ୍ପତ୍ତି କ୍ରମେ କୋଭିଡ କଟକଣା ଭିତରେ ସିଭିଲ ସର୍ଭିସ ପରୀକ୍ଷା ଅନୁଷ୍ଠିତ ହେବ । ଚଳିତ ମାସ ୨୦ ତାରିଖରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ ।

ପରୀକ୍ଷାର୍ଥୀମାନେ ଏନ୍‌-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ପରୀକ୍ଷାର୍ଥୀମାନେ ନିଜ ସାନିଟାଇଜର ସାଥିରେ ନେଇପାରିବେ । ପରୀକ୍ଷା କେନ୍ଦ୍ରଗୁଡିକରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ର ଓ ପରିସରରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି । ଯଦି କୌଣସି ପରୀକ୍ଷାର୍ଥୀଙ୍କର କୋଭିଡ୍‌ ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ଥିବା ପରୀକ୍ଷା ପରିଚାଳକଙ୍କୁ ଜଣାଇବେ ।

ପରୀକ୍ଷାର୍ଥୀମାନେ ଏହିସବୁ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରିବାକୁ ଓଡିଶା ଲୋକସେବା ଆୟୋଗର ସଚିବ ପରାମର୍ଶ ଦେଇଛନ୍ତି । କେବଳ ପରୀକ୍ଷା ପରିଚାଳନାରେ ସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ । ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଜାରି ଏସଓପିରେ କୋଭିଡ୍‌ ନିୟମାବଳୀର କଡାକଡି ପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.