ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନ ପାଇବେ ଦୂତୀ

ଭୁବନେଶ୍ୱର: ପୁଣି ଚମକିଲେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନ ପାଇବେ ଦୂତୀ । ଏନେଇ ୫ଜଣ ଖେଳାଳୀ ନୋମିନେଟ୍ ହୋଇଥିବା ବେଳେ ସେଥିରେ ଦୂତୀଙ୍କ ନାଁ ରହିଛି । ଏହି ସମ୍ମାନ ପାଇଁ ଓଡିଶାର ଦୂତୀ ଚାନ୍ଦ, ସୁଟର୍ ମନୁ ଭାକର, ହକି ଖେଳାଳି ରାନୀ ରାମପାଲ, ରେସଲର ବିନେଶ ଭୋଗାଟ୍ ଓ ଚେସ୍ ଖେଳାଳି କେନେରୁ ହମ୍ପି ନାମାଙ୍କିତ ହୋଇଛନ୍ତି ।

୨୦୨୦ରେ ଅଲିମ୍ପିକ୍ସ ସିଲଭର ମେଡାଲିଷ୍ଟ ପି.ଭି ସିନ୍ଧୁ ପାଇଥିଲେ ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ ଅଫ ଦ ଇୟରର ଖିତାବ୍ । ତେବେ ଭୋଟିଂ ଆଧାରରେ ମାର୍ଚ୍ଚ ୮ରେ ଏହି ପୁରସ୍କାର ଘୋଷଣା କରାଯିବ । ତେବେ ଦୂତୀ ବିବିସି ସ୍ପୋର୍ଟସଓମ୍ୟାନ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଦୂତୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରେରଣାର ଉତ୍ସ ହୋଇ ରହିବାକୁ ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.