ନୀତେଶ ୱାଧୱାନି ମାଲକାନଗିରି ନୂଆ ଏସପି ଓ ଏସ.ଶୁଶ୍ରୀ ଭୁବନେଶ୍ୱର ଟ୍ରାଫିକ୍‌ ଡିସିପି

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ମାଲକାନଗିିରି ଏସପି ପ୍ରହ୍ଲାଦ ସହାଇଙ୍କୁ ବଦଳି କରାଯାଇ ନୀତେଶ ୱାଧୱାନିଙ୍କୁ ମାଲକାନଗିରି ନୂଆ ଏସପି ଭାବେ ନିଯୁକ୍ତ କରାଯାଇଛି । ଶ୍ରୀ ମୀନାଙ୍କୁ ଏଆଇଜି ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିପରି ଏସ.ଶୁଶ୍ରୀଙ୍କୁ ଭୁବନେଶ୍ୱର ଟ୍ରାଫିକ୍‌ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି ଏବଂ ମାୟାଧର ସେଠୀଙ୍କୁ ଡିସିପି କ୍ରାଇମବ୍ରାଞ୍ଚ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ମାଧୁରୀ ସାମଲ ହେଲେ ଏସପି, ସିଆଇଡି, କ୍ରାଇମବ୍ରାଞ୍ଚ ଓ ଅଭିଳାଷ ଜି ହେଲେ ଏସଟିଏଫ୍‌ ନାର୍କୋଟିକ୍ସ ଏସପି । ଏହି ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତ ।

Leave A Reply

Your email address will not be published.