ବୁରଖା ପିନ୍ଧି ଫିଲ୍ମ ଦେଖିଲେ ସାଉଥ ଅଭିନେତ୍ରୀ ସାଇପଲ୍ଲବୀ

ନୂଆଦିଲ୍ଲୀ: ଫିଲ୍ମ ଦେଖିବାକୁ କାହାକୁ ବା ଭଲ ନ ଲାଗେ । ଅବାଳବୃଦ୍ଧ ବନିତା ସମସ୍ତଙ୍କ ଫିଲ୍ମ ଦେଖିବା ପସନ୍ଦ । ଅବଶ୍ୟ କିଏ କେଉଁ ଧରଣର ଫିଲ୍ମ ଦେଖିବ ତାହା ନିଜର ଋଚି ଅନୁଯାୟୀ ନିର୍ଭର କରେ ।

ସେହିପରି ସିନେମା ଦେଖିବାକୁ କେବଳ ସାଧାରଣ ଲୋକ ପାଗଳ ନୁହନ୍ତି ବରଂ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଖୁବ୍‌ ପସନ୍ଦ କରିଥାନ୍ତି । ତେବେ ସାଧାରଣ ଲୋକମାନଙ୍କ ପରି ସେଲିବ୍ରିଟି ମାନେ ଫିଲ୍ମ ଦେଖିବାକୁ ହଲ୍‌ କୁ ଯାଇପାରନ୍ତି ନାହିଁ । ଏଥିପାଇଁ ସେମାନଙ୍କୁ ସେଥିପାଇଁ ବିଭିନ୍ନ ଉପାୟ ଆପଣାଇବାକୁ ପଡେ ।
ସାଉଥ୍‌ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ହିଁ ଫିଲ୍ମ ଦେଖିବାକୁ ଥିଏଟର୍‌ ରେ ଯାଇ ପହଞ୍ଚିଥିଲେ । ତେବେ ଅଭିନେତ୍ରୀ ଭାବରେ ସିନେମା ହଲ୍‌ କୁ ତ ଯାଇପାରିବେନି ତେଣୁ ସେ ନିଜକୁ ବୁରଖାରେ ଘୋଡାଇ ଫିଲ୍ମ ଦେଖିବାକୁ ଯାଇଥିଲେ । ସାଇ ପଲ୍ଲବୀ ନିଜର ନୂଆ ଫିଲ୍ମ ଶ୍ୟାମ ସିଂଘା ରାୟ ରେ ଦମଦାର୍‌ ଭୁମିକାରେ ନଜର ଆସିଛନ୍ତି ଓ ଫ୍ୟାନ୍ସ ମାନେ ତାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରିଛନ୍ତି ମଧ୍ୟ । ଏହି ଫିଲ୍ମକୁ ଦେଖିବାକୁ ବୁରଖା ପିନ୍ଧି ପହଞ୍ଚିଥିଲେ ପଲ୍ଲବୀ ।

Leave A Reply

Your email address will not be published.