ଶ୍ରୀକ୍ଷେତ୍ର ଆକାଶରେ ମନୋରମ ଦୃଶ୍ୟ: ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ବଡଦାଣ୍ଡ

ପୁରୀ: ,(ଏସ୍‌.ନ୍ୟୁଜ): ବାତ୍ୟା ଜୱାଦ ଅପସରି ଯିିବା ପରେ ସୃଷ୍ଟ ସାମୁଦ୍ରିକ ପୁରୀ ଠାରୂ ଦୂରେଇ ଯାଇଛି । ତାପରେ ଆଶ୍ଚର୍ଯ୍ୟଜନକ ଭାବେ ପୁରୀ ବଡଦାଣ୍ଡର ଆକାଶରେ ମନଲୋଭା ଦୃଶ୍ୟ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆକୃଷ୍ଟ କରିଛି । ସବୁ ଜଗନ୍ନାଥ ପ୍ରେମୀ ଜୟଜଗନ୍ନାଥ ଧ୍ୱନି ଦେଇ ସେଇ ବଡଦାଣ୍ଡରେ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ । ବାତ୍ୟା ଜୱାଦ ପୁରୀ ଆକାଶରୁ ଅପସରି ଯିବା ପରେ ଶ୍ରୀକ୍ଷେତ୍ର ଆକାଶରେ ବାତ୍ୟା ପରର ଦୃଶ୍ୟ ଅଗଣିତ କାଳିଆ ଭକ୍ତଙ୍କୁ ଆକର୍ଷିତ କରିଛି । ଶ୍ରୀ ମନ୍ଦିର ଉପର ଆକାଶ ଲାଲ ରଙ୍ଗରେ ରଙ୍ଗାୟିତ ହୋଇ ଯାଇଥିଲା । ସତେ ଯେମିତି ପୁରୀ ଆକାଶରେ କିଏ ରଙ୍ଗର ଛିଟା ଲେପି ଦେଇଛି । ମନେ ହେଉଛି ଯେମିତି ମହାବାହୁ ଲାଲ୍‌ ଅବୀରରେ ହୋଲି ଖେଳୁଛନ୍ତି ।

ଅପରାହ୍ନରେ କ୍ୟାମେରାର ଫ୍ରେମରେ କଏଦ ହୋଇଥିବା ଏମିତି କିଛି ବିରଳ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେସ ଭାଇରାଲ ହୋଇଛି । କେବଳ ପୁରୀ ବଡ଼ ଦାଣ୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିନାହିଁ, ବଂର ମହୋଦଧିରେ ମଧ୍ୟ ନୀଳ ଆକାଶରେ ଲାଲର ଛିଟା ଦୃଶ୍ୟମାନ ହୋଇଛି । ସମୁଦ୍ରର ଢେଉ ଭଳି ଆକାଶରେ ମଧ୍ୟ ବାଦଲର ଢେଉ କାଳିଆର ପାଦ ସ୍ପର୍ଶ କରିବାକୁ ଆସିଥିବା ମନେ ହେଉଛି ।

Leave A Reply

Your email address will not be published.