ଦେଶରେ ୨୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଂଟ ଓମିକ୍ରନ ଅତିଶିଘ୍ର ସଂକ୍ରମିତ ହେଉଯାଉଥିବାରୁ ଏହା ବିଶ୍ୱବାସୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ଓମିକ୍ରନ୍‌ ଭୂତାଣୁ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ପରେ ସାରା ବିଶ୍ୱରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଅନେକ ଦେଶରେ ଓମିକ୍ରନ୍‌ ମାମଲା ଆସିବା ପରେ ଭାରତରେ ଏହି ଭାରିଆଂଟ ପହଂଚିବା ଆରମ୍ଭ କରିଛି ।

କର୍ଣ୍ଣାଟକ, ଗୁଜରାଟ, ମୁମ୍ବାଇ ପରେ ଦିଲ୍ଲୀ ଓ ଜୟପୁରରୁ ଡେଇଁଛି କରୋନାର ନୂଆ ଭାଇରସ ଓମିକ୍ରନ । ରାଜସ୍ଥାନର ଜୟପୁରରୁ ୯ ଜଣ ଓ ମହାରାଷ୍ଟ୍ରରୁ ୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ବର୍ତମାନ ସୁଦ୍ଧା ଦେଶରେ ୨୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସଂକ୍ରମଣ ବଢିବାରେ ଲାଗିଛି କିନ୍ତୁ ଅଧିକ ମୃତ୍ୟୁ ହୋଇନି ।

ଓମିକ୍ରନ ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । କାନପୁର ଆଇଆଇଟି ପ୍ରଫେସର ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି, ୨୦୨୨ ଜାନୁଆରୀ କିମ୍ବା ଫେବୃଆରୀରେ ଦେଶରେ ଆସିପାରେ ତୃତୀୟ ଲହର । ତେବେ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହର କମ୍‌ ମାରାତ୍ମକ ହେବ । ନୂଆ ଅଧ୍ୟୟନରୁ ତୃତୀୟ ଲହର ଆସିବା ଆଶଙ୍କା ରହିଛି ବୋଲି ପ୍ରଫେସର ଅଗ୍ରୱାଲ କହିଛନ୍ତି ।

Leave A Reply

Your email address will not be published.