ଧଳାପଥର ବଜାରରେ ଆତଙ୍କ: ବୋମା ଫୁଟାଇ ବନ୍ଧୁକ ଦେଖାଇ ସୁନାଗହଣା ଲୁଟ

ଖୋର୍ଦ୍ଧା,(ଏସ୍‌.ନ୍ୟୁଜ): ପୁଣି ମାତିଲେ ସୁନା ଲୁଟେରା । ଖୋର୍ଦ୍ଧାର ବେଗୁନିଆ ଥାନ ଅଂଚଳର ଧଳାପଥର ବଜାରରେ ଲୁଟେରା ବୋମା ଫୁଟେଇ ବନ୍ଧୁକ ମୂନରେ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଘଟଣାରୁ ପ୍ରକାଶ, ି ଖୋର୍ଦ୍ଧା ବେଗୁନିଆ ଥାନା ଅନ୍ତର୍ଗତ ଧଳା ପଥର ବଜାରରେ ଥିବା ନାରାୟଣୀ ସ୍ୱର୍ଣ ଅଳଙ୍କାର ଦୋକାନରେ ୬ ଜଣ ଜଣ ଦୁର୍ବୃତ ତିନୋଟି ବାଇକରେ ଆସି ଦୋକାନ ବାହାରେ ବୋମା ମାଡ଼ କରି ଦୋକାନ ଭିତରକୁ ପଶି ବନ୍ଧୁକ ଦେଖାଇ ସବୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ସିସିଟିଭି ଫୁଟେଜରେ ଲୁଟ ବେଳର ଦୃଶ୍ୟ କଏଦ ହୋଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚିି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.