ଏସଡିଜେଏମ କୋର୍ଟଙ୍କ ରାୟ : ଡିମ୍ପଲ ସ୍ୱାମୀଙ୍କ ସହ ୧୧ ଦିନ ଭଡା ଘରେ ରହିବେ

ବ୍ରହ୍ମପୁର,(ଏସ୍‌.ନ୍ୟୁଜ): ବହୁ ଚର୍ଚ୍ଚିତ ନବବଧୂ ବେଶରେ ଧାରଣା ଦେଇଥିବା ଡିମ୍ପଲ ଓର ପତସ୍ୱିନୀ ଦାସଙ୍କ କେସ୍‌ ରୋଚକ ମୋଡରେ ପହଂଚିଛି । ବ୍ର୍ରହ୍ମପୁର ମହାନଗର ଦ୍ୱିତୀୟ ଲାଇନରେ ରହୁଥିବା ସ୍ୱାମୀ ଡକ୍ଟର ସୁମିତଙ୍କ ଘର ଆଗରେ ୧୧ ଦିନ ହେଲା ଧାରଣାରେ ବସି ରହିଥିଲେ ତପସ୍ୱିନୀ ଓରଫ୍‌ ଡିମ୍ପଲ । ବିବାହ-ବିଚ୍ଛେଦ ମାମଲା କୋର୍ଟକୁ ଯାଇଥିବା ବେଳେ ଦୁଇଦିନ ତଳେ ତପସ୍ୱିନୀ ଦାଖଲ କରିଥିବା ପିଟିସନରେ ତ୍ରୁଟି ଥିବାରୁ ପରବର୍ତୀ ସମୟରେ ସାନି ପିଟିସନ ଦାଖଲ କରିଥିଲେ । ଗୁରୁବାର ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟରେ ଡିମ୍ପଲ ଓ ସ୍ୱାମୀ ଡକ୍ଟର ସୁମିତ ହାଜର ହୋଇଥିଲେ । ତେବେ କୋର୍ଟ ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବା ପରେ ରାୟ ପ୍ରକାଶ କରିଥିଲେ ।

ରାୟ ଅନୁଯାୟୀ ଆଗାମୀ ସାତ ଦିନ ଉଭୟେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଡିଜେଏମ କୋର୍ଟ । ଡିମ୍ପଲ-ସୁମିତ ଆସିକାରେ ଏକତ୍ର ବସବାସ କରିବା ନେଇ କୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି । ଏହି ସମୟରେ କୌଣସି ସମ୍ପର୍କୀୟ କିମ୍ବା ସମାଜସେବୀ ତାଙ୍କ ସହ କଥାବାର୍ତା କରିବେ ନାହିଁ । ପୋଲିସର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉଭୟେ ପତି-ପତ୍ନୀ ରହିବେ । ଏହି ସମୟରେ ଡିମ୍ପଲଙ୍କ ସବୁ ଖର୍ଚ୍ଚ ଡାକ୍ତର ସୁମିତ ବହନ କରିବେ । ଆସିକାରେ ସ୍ୱାମୀ ସ୍ତ୍ରୀ ଏକ ଘର ନେଇ ରହିବେ ।

ବ୍ରହ୍ମପୁର ଗତ ୧୧ଦିନ ହେଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଡିମ୍ପଲ ଦାସ । ନିଜ ଶାଶୁ ଘରକୁ ଯିବା ଦାବିରେ ଡିମ୍ପଲ ତାଙ୍କ ଶାଶୁ ଆଗରେ ଧାରଣା ଦେଇଥିଲେ । ଏହି ମାମଲା କୋର୍ଟରେ ପହଂଚିିଥିଲା । ଶେଷରେ କୋର୍ଟ ଆଜି ଏହି ରାୟ ଦେଇଛନ୍ତି ।

Leave A Reply

Your email address will not be published.