ଉପଦ୍ରବ ରୋକିବା ଲାଗି ହାତୀଙ୍କ ଶରୀରରେ ଲାଗିବ ରେଡିଓ କୋଲାର

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ରାଜଧାନୀରେ ହାତୀ ଉପଦ୍ରବ । ରାଜଧାନୀ ଉପକଣ୍ଠରେ ମାତିଛନ୍ତି ହାତୀ । ସଞ୍ଜ ହେଲେ ଗାଁ ଗଣ୍ଡାରେ ପଶି ଧନଜୀବନ କ୍ଷତି ଘଟାଉଛନ୍ତି । ହାତୀମାନଙ୍କୁ ଆୟତତ୍ତ କରିପାରୁନି ଚନ୍ଦକା ବନବିଭାଗ । ତେଣୁ ସମସ୍ୟାର ସମାଧାନ ପାଇଁ ଜଙ୍ଗଲୀ ହାତୀଙ୍କୁ ପ୍ରଥମ ଥର କରାଯିବ ରେଡ଼ିଓ କୋଲାରିଙ୍ଗ । ଏହାଦ୍ୱାରା ଯାହା ହାତୀମାନଙ୍କ ଗତିବିଧିକୁ ସହଜରେ ଟ୍ରାକ୍‌ କରାଯାଇ ପାରିବ ।

ଓଡିଶାରେ ପ୍ରଥମଥର ପାଇଁ ଏହା ଚନ୍ଦକା ଜଙ୍ଗଲୀ ହାତୀ ଶରୀରରେ ଲଗାଯିବ । ଏସିଆନ ଏଲିଫ୍ୟାଂଟ ରିସର୍ଚ୍ଚ ସେଂଟର ବେଙ୍ଗଳୁରୁରୁ ଏକ ଟିମ୍‌ ଆସିଛନ୍ତି । ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଏହାକୁ ଲଗାଯିବ । ଏହା ଫଳରେ ଗାଁ ଗଣ୍ଡାରେ ହାତୀ ପ୍ରବେଶ ପୂର୍ବରୁ ବନବିଭାଗ ନାଇଟ ପେଟ୍ରୋଲିଙ୍ଗ ଟିମ୍‌ ଜାଣିପାରି ସେମାନଙ୍କୁ ଘାଉଡାଇ ପାରିବେ ।

Leave A Reply

Your email address will not be published.