ମହିଳା ଓ ଶିଶୁ ବିକାଶ ବିଭାଗକୁ ‘ସ୍କଚ୍‍-୨୦୨୧’ ପୁରସ୍କାର: ସର୍ବଭାରତୀୟ ସ୍ତରରେ ଓଡ଼ିଶା ସମ୍ମାନିତ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ୭୫ତମ ସ୍କଚ୍‌ ସମ୍ମିଳନୀ ତଥା ପୁରସ୍କାର ସମାରୋହରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ୨ଟି ପ୍ରମୁଖ କାର୍ଯ୍ୟକ୍ରମ ‘ଘରେ ଘରେ ଅରୁଣିମା’କୁ ପ୍ଲାଟିନମ୍‍ ବର୍ଗରେ ଏବଂ ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ ‘ନିର୍ଭୟା କଢ଼ି’କୁ ସମ୍ମାନଜନକ ଗୋଲ୍ଡ ବର୍ଗରେ ସ୍କଚ୍‌-୨୦୨୧ ପୁରସ୍କାରରେ ସମ୍ମାନିତ କରାଯାଇଛି। ଉଦଘାଟନୀ ସମାରୋହରେ ସ୍କଚ୍ ଗ୍ରୁପର ଅଧ୍ୟକ୍ଷ ସମୀର କୋଚର ଅଧ୍ୟକ୍ଷତା କରିଥିବାବେଳେ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡ ଗୁରୁଚରଣ ଅଞ୍ଚଳ ପ୍ୟାନେଲ ପରିଚାଳନା କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ଆନ୍ତରିକ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

ରାଜ୍ୟରେ ମହିଳା, ଶିଶୁ ଓ ବାଳିକାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ପୁଣିଥରେ ସର୍ବଭାରତୀୟସ୍ତରରେ ଓଡ଼ିଶାକୁ ସମ୍ମାନିତ କରିଛି। ଆଦ୍ୟ ଶୈଶବ କାର୍ଯ୍ୟକ୍ରମ ବାତ୍ସଲ୍ୟ ‘ନୋମିନେସନ’ ପର୍ଯ୍ୟାୟରେ ସେମି ଫାଇନାଲ୍‍ରେ ସ୍ଥାନୀତ ହୋଇଛି ।

ସମାଜ କଲ୍ୟାଣ ଓ ସମନ୍ୱିତ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ କହିଥିଲେ, କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ସମୟୋଚିତ ପଦକ୍ଷେପ ପାଇଁ ମହାମାରୀ ପରିଚାଳନାରେ କେବଳ ଓଡ଼ିଶା ସଫଳ ହୋଇନି ବରଂ ସବୁ ବର୍ଗର ଉନ୍ନତି ସହ ରାଜ୍ୟର ସାମଗ୍ରିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି।

Leave A Reply

Your email address will not be published.