ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ

କଟକ :(ଏସ. ନ୍ୟୁଜ୍‌):ଜଗତପୁର ଶିଳ୍ପାଞ୍ଚଳର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ୨ଟି ଟିମ୍ ନିଆଁ ଲିଭା କାର୍ଯ୍ୟ ଜାରି କରିଛନ୍ତି । ତେବେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା । କିଛି ସମୟ ମଧ୍ୟରେ ନିଆଁ ଏତେ ମାତ୍ରାରେ ନିଆଁ ବ୍ୟାପିଯାଇଥିଲା ଫଳରେ ଆତଙ୍କିତ ହୋଇପଡିଥିଲେ ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.