ଡିଭୋର୍ସ ପରେ ମିଡିଆ ସାମ୍ନାକୁ ଆସିଲେ ଅଭିନେତ୍ରୀ ସାମନ୍ଥା ପ୍ରଭୁ

ନୂଆଦିଲ୍ଳୀ: ପ୍ରଥମ ଥର ପାଇଁ ନିଜ ଡିଭୋର୍ସ ପରେ ମିଡିଆ ସାମ୍ନାକୁ ଆସିଛନ୍ତି ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ସାମନ୍ଥା ନିଜ ଫ୍ୟାନ ମାନଙ୍କ ପାଇଁ ଏହି ଗୁଡ ନ୍ୟୁଜ ଶେୟାର କରିଛନ୍ତି । ତେବେ ଏହି ଖବରଟି ସାମନ୍ଥାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନୁହେଁ ବରଂ ତାଙ୍କର କର୍ମମୟ ଜୀବନକୁ ନେଇ । ସାମନ୍ଥା ରବିବାର ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ।

ଡ୍ରିମ ୱାରିୟର୍ସ ପିକଚର୍ସ ପକ୍ଷରୁ ଏହି ଫିଲ୍ମଟି ନିର୍ମାଣ କରାଯାଉଛି । ଏହି ପ୍ରଡକ୍ସନ ହାଉସର ଏହା ୩୦ ତମ ଫିଲ୍ମ ହୋଇଥିବା ବେଳେ ମୁଖ୍ୟ ଅଭିନେତ୍ରୀ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ସାମନ୍ଥା । ୨୦୧୭ରେ ସାମନ୍ଥା ନାଗା ଚୈତନ୍ୟଙ୍କୁ ବିବାହ କରିଥିବା ବେଳେ ଅକ୍ଟୋବର ୨ ତାରିଖରେ ଉଭୟ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଉଭୟଙ୍କ ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନାଗାଚୈତନ୍ୟ ୨୦୦ କୋଟିର ଆଲିମୋନି ଦେବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ସାମନ୍ଥା ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।

Leave A Reply

Your email address will not be published.